ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବେନ୍ତାଳ ପଂଚାୟତ ଅଧୀନ ବେନ୍ତାଳ ଗ୍ରାମର କମଳାକାନ୍ତ ମହାପାତ୍ରଙ୍କ ଗତକାଲି ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣାରେ ଓ ଚକବେନ୍ତାଳ ଗ୍ରାମର ଉପେନ୍ଦ୍ର ଜେନାଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଦେହାନ୍ତର ଖବର ପାଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପୁରୁଣା ହସ୍ପିଟାଲରେ ପହଂଚି ଉଭୟଙ୍କ ପାର୍ôଥବ ଶରୀରକୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଓ ସମବେଦନା ଜଣାଇବା ସହ ଉଭୟଙ୍କ ଅମର ଆତ୍ମାକୁ ଶାନ୍ତି ଓ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିଧାୟକ ଶ୍ରୀ ମହାପାତ୍ର ।








