Home ଜିଲ୍ଲା ପରିକ୍ରମା ହରିବୋଲ କ୍ଷେତ୍ରରେ ଗଡ଼ିଲା ତିନି ରଥ, ଛେରା ପହଁରା କଲେ ଜିଲାପାଳ

ହରିବୋଲ କ୍ଷେତ୍ରରେ ଗଡ଼ିଲା ତିନି ରଥ, ଛେରା ପହଁରା କଲେ ଜିଲାପାଳ

22

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ହରିବୋଲ କ୍ଷେତ୍ର ଭଦ୍ରକ ବ୍ଲକ୍ କେଶପୁର ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବିରାଜିତ ଚତୁର୍ଦ୍ଧାମୂର୍ତିଙ୍କ ପବିତ୍ର ଘୋଷଯାତ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୬ଟା ରୁ ଦ୍ୱାରପାଳ ପୂଜା ପରେ ପରେ ନିର୍ଦ୍ଧାରିତ ସମୟସୂଚୀ କ୍ରମେ ସୂର୍ଯ୍ୟପୂଜା, ରଥ ସଂସ୍କାର ଧୂଜାରୋପଣ, ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ରଥରେ ଅର୍ପଣ, ମହାପ୍ରଭୁଙ୍କର ସ୍ନାନ ଓ ପୂଜନ କାର୍ଯ୍ୟକ୍ରମ ପରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟିର ସଭାପତି ନଗେନ୍ଦ୍ର ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ତିନିରଥ ଉପରେ ପବିତ୍ର ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ। ଛେରାପହଁରା କାର୍ଯ୍ୟକ୍ରମ ପରେ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହୋଇଥିଲା। ଘଂଟା, ସଂକୀର୍ତନ, ହରିବୋଲ ହୁଳହୁଳିରେ ଘର ଘୋର ନାଦରେ ରଥ ଗଡ଼ିଥିଲା। ମାତା ସୁଭଦ୍ରା ଦେବୀଙ୍କ ଦେବଦଳନ ରଥକୁ ସ୍ୱତନ୍ତ୍ର ଭାବରେ ମହିଳା ମାନଙ୍କ ଦ୍ୱାରା ଟଣାଯାଇଥିଲା। ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଆନୁକୂଲ୍ୟରେ ସମ୍ପାଦକ ଶରଚ ଚନ୍ଦ୍ର ସାହୁଙ୍କ ପରିଚାଳନାରେ ଧାରା ବିବରଣି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ପଣ୍ଡିତ ଓ ପ୍ରବଚକଙ୍କ ଦ୍ୱାରା ଆକର୍ଷଣୀୟ ଧାରାବିବରଣୀ ପ୍ରଦାନ କରିଥିଲେ । ସୟା, ମାଧପୁର, ବାଲିଛତ୍ରୀ, ବାସୁଦେବପୁର ଅଂଚଳରୁ ୨ଟି ମହିଳା ଓ ୫ଟି ପୁରୁଷ ସଂକିର୍ତନ ଦଳ ରଥଟଣାରେ ସଂକିର୍ତନ ପରିବେଷଣ କରିଥିଲେ । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସୂଚନା କେନ୍ଦ୍ର ଖୋଲାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତିକନାଥ ମଣ୍ଡଳ ସହ ପୋଲିସ୍‌, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି ଯାତ୍ରାରେ ଯୋଗଦେଇଥିଲେ। ଶାନ୍ତି ଶୃଙ୍ଖଳାର ସହ ତିନିରଥ ଟଣାଯାଇ ସଂନ୍ଧ୍ୟା ସୁଦ୍ଧା ତିହିଡ଼ି ବ୍ଲକ୍ ଗୁଆମାଳ ର ମୋଡ଼ସାହି ସ୍ଥିତ ମାଉସୀ ବାଡ଼ିରେ ପହଂôଚଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.