Home ଜିଲ୍ଲା ପରିକ୍ରମା ହରିବୋଲ କ୍ଷେତ୍ରରୁ ମୋଡ଼ସାହି ମାଉସୀ ମନ୍ଦିରକୁ ଗଡ଼ିଲା ତିନିରଥ, ଜିଲାପାଳ କଲେ ଛେରା ପହଁରା, ମହିଳା...

ହରିବୋଲ କ୍ଷେତ୍ରରୁ ମୋଡ଼ସାହି ମାଉସୀ ମନ୍ଦିରକୁ ଗଡ଼ିଲା ତିନିରଥ, ଜିଲାପାଳ କଲେ ଛେରା ପହଁରା, ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ

19

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅଧୀନ କେଶପୁର ସ୍ଥିତ ହରିବୋଲ କ୍ଷେତ୍ରରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ହରିବୋଲ କ୍ଷେତ୍ରରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ଶଙ୍ଖ ହୁଳହୁଳି, ହରିବୋଲ ଓ ଜୟଜଗନ୍ନାଥ ଧ୍ୱନିରେ ଅତ୍ୟନ୍ତ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । କ୍ଷେତ୍ରଟି ଘଣ୍ଟ, ମୃଦଙ୍ଗ, କାହାଳୀ ଓ ଭକ୍ତଙ୍କ ଧ୍ୱନିରେ କମ୍ପି ଉଠିଥିଲା । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଛେରାପହଁରା କରିଥିବା ବେଳେ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣି ଥିଲେ । ମଙ୍ଗଳବାର ସକାଳ ୬ଟାରେ ଦ୍ୱାରପାଳ ପୂଜା ପରେ ସୂର୍ଯ୍ୟପୂଜା କରାଯାଇଥିଲା । ୭ଟାରେ ରଥ ସଂସ୍କାର ଓ ଧ୍ୱଜାରୋପଣ ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ରଥରେ ଅର୍ପଣ କରାଯାଇଥିଲା । ଏହାପରେ ଶ୍ରୀଜୀଉ ମାନଙ୍କର ସ୍ନାନ ଓ ପୂଜନ କରାଯାଇଥିଲା । ପୂର୍ବାହ୍ନ ୧୧ଟା ସମୟରେ ମହାସୁଦର୍ଶନଙ୍କ ପହଣ୍ଡିବିଜେ କରାଯାଇ ଦେବଦଳନ ରଥରେ ରଖାଯାଇଥିଲା । ପରେ ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ପରେ ଜିଲାପାଳ ଶ୍ରୀ ବୋନ୍ଦରଙ୍କୁ ସ୍ଥାନୀୟ ହୋମିଓ ପ୍ୟାଥିକ୍ ମେଡ଼ିକାଲ ନିକଟରୁ ଏକ ସୁସଜ୍ଜିତ ପାଲିଙ୍କିରେ ଶୋଭାଯାତ୍ରାରେ ରଥ ନିକଟକରୁ ଅଣାଯାଇଥିଲା । ସେ ୩ଟି ରଥରେ ଛେରାପହଁରା କରିଥିଲେ । ପରେ ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତ ଅଧୀନ ମୋଡ଼ସାହି ସ୍ଥିତ ମାଉସୀମା ମନ୍ଦିରକୁ ରଥଟଣା ହୋଇଥିଲା । ମୁଖ୍ୟ ପୂଜକ ଜନ୍ନାଥ ପଣ୍ଡା, କଳ୍ପତରୁ ଉଦ୍‌ଗାତା ପ୍ରମୁଖ ଶ୍ରୀଜୀୟୁଙ୍କ ନୀତିକାନ୍ତୀ ସମ୍ପନ୍ନ କରିଥିଲେ । ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଶରତ କୁମାର ସାହୁ, ସୁଧାରକ ଧନୀ, ସୁଶ୍ରୀ ତପସ୍ୱିନୀ ପାଢ଼ୀ, ବିଶ୍ୱମୈତ୍ରୀ ନାୟକ, ଲଳିତ ମୋହନ ମିଶ, ପୁଷ୍ପଲତା ପଣ୍ଡା, ହରିହର ଦାସ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ ।

ରଥ ପରିଚାଳନା କମିଟି ସଭାପତି ନଗେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ପତିତପାବନ ପଣ୍ଡା, ଶ୍ରୀଧର ପୁହାଣ, ସନ୍ତୋଷ ନାୟକ, ସରୋଜ କୁମାର ପଣ୍ଡା, ଅମର ବେହେରା, ସଂଜୟ ସାହୁ, ବିଜୟ ସାହୁ, ପ୍ରକାଶ ସାହୁ, ମହେନ୍ଦ୍ର ମୁଦୁଲି, ରବିନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ମିଶ୍ର, ବସନ୍ତ ବେହେରା, ସତ୍ୟରଂଜନ ସେନାପତି, ଆଶୀଷ ପଣ୍ଡା ଏବଂ ମାଉସୀ ମା ମନ୍ଦିର କମିଟି ସଭାପତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସମ୍ପାଦକ ରବିନାରାୟଣ ସାମଲ, କୋଷାଧ୍ୟକ୍ଷ ସନାତନ ଜେନା, ଦୋଳ ଗୋବିନ୍ଦ ପୃଷ୍ଟି, ଭରତ ଚନ୍ଦ୍ର ସାହୁ, ଅତୁଲ୍ୟ ବେହେରା, ସନ୍ତୋଷ ସାମଲ, କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ, ମନୋରଂଜନ ଖୁଣ୍ଟିଆ, ବଂଶୀଧର ପୃଷ୍ଟି, ଦିପ୍ତୀକାନ୍ତ ଖୁଣ୍ଟିଆ, ପ୍ରକାଶ ଖୁଣ୍ଟିଆ, ଭାଗିରଥି ଖୁଣ୍ଟିଆ, ନିରାକାର ପରିଡ଼ା, ପ୍ରଶାନ୍ତ ଖୁଣ୍ଟିଆ, ପ୍ରିୟରଂଜନ ବେହେରା, ରାଜକିଶୋର ନାୟକ ପ୍ରମୁଖ ରଥଯାତ୍ରା ପରିଚାଳନା କରିଥିଲେ । ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅଗ୍ନିଶମ ବିଭାଗ, ଜଳପରିମଳ ବିଭାଗ ପକ୍ଷରୁ ସେବା ପ୍ରଦାନ କରାଯିବା ସହ ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗ ପକ୍ଷରୁ ଅସ୍ଥାୟୀ ସୂଚନା କେନ୍ଦ୍ର ସହିତ ଉତ୍କଳ ପ୍ରସଂଗ ପୁସ୍ତକ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା । ଏହି ରଥଯାତ୍ରା ଦେଖିବା ପାଇଁ ତିହିଡ଼ି ବିଡିଓ ଜ୍ୟେତିର୍ମୟ କର, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପୂର୍ବତନ ଜିଲାପରିଷଦ ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ, ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବବତ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା ପ୍ରମୁଖଙ୍କ ସହିତ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତଥିଲେ । ସେହିପରି ତିହିଡ଼ି ବ୍ଲକର ପୀରହାଟ, ଚାରିତରଫ, ତିହିଡ଼ି, ମଙ୍ଗରାଜପୁର, ମୂଷାଙ୍ଗ, କୋହ୍ଲ, ତାଳପଦା, କାଳିମେଘା, ନୂଆନନ୍ଦ ଇତ୍ୟାଦି ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.