Home ଅପରାଧ ହରିଚନ୍ଦନପୁର ବନବିଭାଗର ସଫଳତା, ୪୦ ହଜାର ଟଙ୍କାର ଶାଳ କାଠଗଣ୍ଡି ସହ ୪ଟି ବାଇକ୍ ଜବତ,...

ହରିଚନ୍ଦନପୁର ବନବିଭାଗର ସଫଳତା, ୪୦ ହଜାର ଟଙ୍କାର ଶାଳ କାଠଗଣ୍ଡି ସହ ୪ଟି ବାଇକ୍ ଜବତ, ଜଣେ ଗିରଫ ହୋଇ କୋର୍ଟ ଚାଲାଣ

85

ହରିଚନ୍ଦନପୁର, ତା ୧୨ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଗୌଣିଘଷା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ବନବିଭାଗ ଚଢ଼ଉ କରି ୪୦ହଜାର ଟଙ୍କାର ଶାଳ କାଠଗଣ୍ଡି ସହ ୪ଟି ବାଇକ୍ ଜବତ ଓ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ଖବର ଅନୁଯାୟୀ ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ରେଞ୍ଜ ହରିଚନ୍ଦନପୁର, ଭଗାମୁଣ୍ଡାର ବନପାଳଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ରହି ଏହି ଚଢ଼ାଉ କରିଥିଲେ । ଯେଉଁ ଚଢ଼ାଉରେ ୩ଟି ବାଇକ୍ ଓଡି ୦୪ସି ୫୮୮୦, ଓଡି ୦୪ ୧୧୫୭, ଓଡି ୦୧ଏ ୬୨୫୩ ଏଥିସହ ଗୋଟିଏ ନମ୍ବର ବିହିନ ହିରୋ ପ୍ଲେଣ୍ଡର ପ୍ଲସ ଗାଡ଼ି ଜବତ ହୋଇଛି । ଘଟଣାସ୍ଥଳରୁ ରାଧିକାଦେଇପୁର ଗ୍ରାମର ଚଗୁଲୁ ବାରିକ୍(୩୮) ବୋଲି ଗିରଫ କରିଥିବା ବେଳେ ୩ଜଣ ଅଭିଯୁକ୍ତ ସେଠାରେ ବାଇକ୍ ସହ କାଠଗଣ୍ଡି ଛାଡ଼ି ଦୌଡ଼ି ପଳାଇଥିଲେ । ଅଭିଯୁକ୍ତଙ୍କୁ ଏହି ଗ୍ୟାଙ୍ଗ ସମ୍ବନ୍ଧରେ ପଚାରାଉଚାରେ ପରେ ଆଜି ସ୍ବାସ୍ଥ୍ୟ ପରୀକ୍ଷା କରାଇ କୋର୍ଟ ଚାଲାଣ କରାଯାଇଥିବା ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.