Home ଅପରାଧ ହରିଚନ୍ଦନପୁର ବନବିଭାଗର ଚଢ଼ାଉ, ୨ଜଣ ଶିକାରୀ ଗିରଫ ଓ ଗୋଟିଏ ବନ୍ଧୁକ ଜବତ

ହରିଚନ୍ଦନପୁର ବନବିଭାଗର ଚଢ଼ାଉ, ୨ଜଣ ଶିକାରୀ ଗିରଫ ଓ ଗୋଟିଏ ବନ୍ଧୁକ ଜବତ

228

ହରିଚନ୍ଦନପୁର, ତା ୧୨ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ବନବିଭାଗ ଅଧିନସ୍ଥ ରେବଣା ସଂରକ୍ଷିତ ପିଠାଗୋଳା-ମରାଗୋଳା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ ୨ଜଣ ଶିକାରୀଙ୍କ ସହ ଗୋଟିଏ ବନ୍ଧୁକ ଜବତ ହୋଇଛି । ଖବର ଅନୁଯାୟୀ ଡିଏଫଓ ଅଜିତ୍ କୁମାର ସତପଥି କୈାଣସି ସୂତ୍ରରୁ ଉକ୍ତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ନିମନ୍ତେ ଶିକାରୀ ଜଙ୍ଗଲ ମଧ୍ୟକୁ ପଶିଥିବା ସୂଚନା ପାଇଥିଲେ । ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ରେଞ୍ଜର ସୁରେନ୍ଦ୍ରନାଥ ହେମ୍ବ୍ରମ, ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁ ଓ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆଜି ସକାଳ ୫ଘଟିକା ସମୟରେ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉରେ ପିଠାଗୋଳା ଗ୍ରାମର ମନୋଜ ସାହୁ(୪୮) ଓ ଶ୍ରୀମନ୍ତ ସାହୁ(୪୪)ଙ୍କୁ ଗିରଫ କରିଥିବା ସହ ଗୋଟିଏ ବନ୍ଧୁକ ଜବତ କରିଛି । ଏଥିସହ ଦୁଇ ଅଭିଯୁକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.