Home କେନ୍ଦୁଝର ହରିଚନ୍ଦନପୁର ପ୍ରେସ୍ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ

ହରିଚନ୍ଦନପୁର ପ୍ରେସ୍ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ

85

ହରିଚନ୍ଦନପୁର,ତା ୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚା ଘାଗି ଜଳପ୍ରପାତ ଠାରେ ହରିଚନ୍ଦନପୁର ପ୍ରେସ୍ କ୍ଲବର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା କଟାକଣାକୁ ନେଇ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଆୟୋଜିତ ସଭାରେ କ୍ଲବର ସଭାପତି ପ୍ରଶାନ୍ତ କୁମାର ନାୟକ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀନିବାସ ପାଇକରାୟ , ସହ ସମ୍ପାଦକ କହ୍ନେଇ ମହାନ୍ତ, ଉପ ସଭାପତି ପ୍ରେମାନନ୍ଦ ଦାସ, କୋଷାଧ୍ୟକ୍ଷ ପରେଶ କୁମାର ସେଠୀ ଓ ସାମ୍ବାଦିକ ରାମଚନ୍ଦ୍ର ନାଏକ, ନରୋତ୍ତମ ପାତ୍ର, ଉତ୍ତମ ଗିରି, ନିତ୍ୟାନନ୍ଦ ସାହୁ, କୃଷ୍ଣଚନ୍ଦ୍ର ବେହେରା, ଉପଦେଷ୍ଟା ଭବାନୀ ମହାନ୍ତ, ଅନିଲ କୁମାର ସାହୁ , ଅଭୟ କୁମାର ରଥ, ନିଗମ ପ୍ରସାଦ ସାହୁ, ରତିକାନ୍ତ ମହାନ୍ତ, ଜଗବନ୍ଧୁ ଗୋପ, ପୃର୍ଣ୍ଣଚନ୍ଦ୍ର ପାତ୍ର, ଘନଶ୍ୟାମ ଜେନା, ଲକ୍ଷ୍ମଣ ମହାନ୍ତ, ସନ୍ତୋଷ ମହାନ୍ତ ସମେତ ଉପସ୍ଥିତ ଥିଲେ । ସାମ୍ବାଦିକ ଗରିବ ଲୋକଙ୍କ ସୁଖଦୁଃଖର ସାଥୀ ହେବା ସହିତ କ୍ଲବର ସମସ୍ତ ସଦସ୍ୟ ଏହି ଅଞ୍ଚଳ ପାଇଁ ସାମାଜିକ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.