Home କେନ୍ଦୁଝର ହରିଚନ୍ଦନପୁର ପ୍ରେସକ୍ଲବ୍ ତରଫରୁ ନୂତନ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହରିଚନ୍ଦନପୁର ପ୍ରେସକ୍ଲବ୍ ତରଫରୁ ନୂତନ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

175

ହରିଚନ୍ଦନପୁର,ତା ୪ ଅକ୍ଟୋବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କୁ ଆଜି ହରିଚନ୍ଦନପୁର ପ୍ରେସକ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରେସକ୍ଲବର ସମସ୍ତ ସଦସ୍ୟ ନୂତନ ଥାନାଅଧିକାରୀଙ୍କୁ ସ୍ୱାଗତ କରିବା ସହ ମା ତାରିଣୀଙ୍କ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବରୁ ସେ ବାମେବାରୀ ଥାନାରେ କାର୍ଯ୍ୟରତ ଥିବା ବେଳେ ଗତ ଦୁଇଦିନ ହେବ ହରିଚନ୍ଦନପୁର ଥାନାରେ ଯୋଗ ଦେଇଛନ୍ତି । ହରିଚନ୍ଦନପୁର ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ହରିଚନ୍ଦନପୁର ପ୍ରେସକ୍ଲବର ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ଶ୍ରୀନିବାସ ପାଇକରାୟ, ସହସମ୍ପାଦକ କହ୍ନେଇ ମହାନ୍ତ, ଉପସଭାପତି ପ୍ରେମାନନ୍ଦ ଦାସ, କୋଷାଧକ୍ଷ ପରେଶ କୁମାର ସେଠୀ, ନରୋତ୍ତମ ପାତ୍ର, ରାମଚନ୍ଦ୍ର ନାଏକ, ଉତ୍ତମ କୁମାର ଗିରି, ଦୁଷ୍ମନ୍ତ ମହାକୁଡ, ହିମାଂଶୁ ଶେଖର ଦାସ, ନିତ୍ୟାନନ୍ଦ ସାହୁ, କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ପ୍ରେସକ୍ଲବର ଉପଦେଷ୍ଟା ଭବାନୀ ପ୍ରସାଦ ମହାନ୍ତ, ଘନଶ୍ୟାମ ଜେନା, ଜଗବନ୍ଧୁ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.