Home ଜିଲ୍ଲା ପରିକ୍ରମା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ଫାଇନାଲରେ ବାସୁଦେବପୁର ଦଳ

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ଫାଇନାଲରେ ବାସୁଦେବପୁର ଦଳ

24

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ବୟାବନାପୁର ପଞ୍ଚାୟତର ଚନ୍ଦ୍ରଭାନୁପୁର ଖେଳ ପଡିଆରେ ଚତୁର୍ଥ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ଉତ୍କଳିକା ଦଳ ଓ ବଡଚଣା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବାସୁଦେବପୁର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରଣବ ଦାସ ୨୯ ବଳରୁ ୫୮ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ବୋଲର ଦିଲ୍ଲିପ ରାଉତ ୪ ଓଭରରେ ୨୮ ରନ ଦେଇ ୧ ଉଇକେଟ ହାସଲ କରିଥିଲେ । ୧୭୬ ରନ ବିଜୟ ଲକ୍ଷ୍ୟ ନେଇ ବଡଚଣା ଦଳ ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ପ୍ରତିପକ୍ଷ ବୋଲର ପର୍ଶୁରାମ ରାଉତ ୪ ଓଭରରେ ୨୯ ରନ ଦେଇ ୧ ଉଇକେଟ ହାସଲ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ପ୍ରଣବ ଦାସଙ୍କୁ ଅଭିମନ୍ୟୁ ବେହେରା ପୁରସ୍କୃତ କରିଥିଲେ । ଶରତ କୁମାର ପଣ୍ଡା ଓ ରାମଚନ୍ଦ୍ର ଦାସ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଶୋଭନ ଶଙ୍ଖୁଆ ଓ ସୁବ୍ରତ ପାତ୍ର ସ୍କୋରର ଏବଂ ଭାଷ୍ୟକାର ଭାବେ ପ୍ରଦୀପ ଜେନା ଓ ସୁକାନ୍ତ ପଣ୍ଡା ଦାଇତ୍ୱ ତୁଲାଇଥିଲେ । ଶୁକ୍ରବାର ଧବଳଗିରି ଓ ଭଣ୍ଡାରିପୋଖରୀ କ୍ରିକେଟ ଦଳ ମଧ୍ୟରେ ଶେଷ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.