Home ଜିଲ୍ଲା ପରିକ୍ରମା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ସେମିରେ ବଡଚଣା ଦଳ

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ସେମିରେ ବଡଚଣା ଦଳ

15

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ବୟାବନାପୁର ପଞ୍ଚାୟତର ଚନ୍ଦ୍ରଭାନୁପୁର ଖେଳ ପଡିଆରେ ଚତୁର୍ଥ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବଡଚଣା ଓ ସୁକିନ୍ଦା କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବଡଚଣା ଦଳ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିଥିଲା । ସୁକିନ୍ଦା ଦଳ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ହାପି ଜେନା ୧୧ ବଳରୁ ୨୯ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ବୋଲର ଦିଲ୍ଲିପ ରାଉତ ୪ ଓଭରରେ ୧୨ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ୧୪୨ ରନ ବିଜୟ ଲକ୍ଷ୍ୟ ନେଇ ଧାମନଗର ବଡଚଣା ଦଳ ୧୪ ଓଭରରେ ୧୪୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଦିଲ୍ଲିପ ରାଉତ ୧୨ ବଲରେ ୨୮ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ଲକି ମହାନ୍ତି ୩ ଓଭରରେ ୧୬ ରନ ଦେଇ ୧ ଉଇକେଟ ହାସଲ କରିଥିଲେ । ଶରତ କୁମାର ପଣ୍ଡା ଓ ରାମଚନ୍ଦ୍ର ଦାସ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଶୋଭନ ଶଙ୍ଖୁଆ ଓ ଜ୍ୟୋତିରଞ୍ଜନ ଚନ୍ଦ ସ୍କୋରର ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଦାଇତ୍ୱ ତୁଲାଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ବିଚେିତ ହୋଇଥିବା ଦିଲ୍ଲିପ ରାଉତଙ୍କୁ ବୟାବନାପୁର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ପୁରସ୍କୃତ କରିଥିଲେ । ମଙ୍ଗଳବାର ଯାଜପୁର ଧବଳଗିରି ଓ କଟଠକ ବଡମ୍ବା କ୍ଲବ ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.