Home ଜିଲ୍ଲା ପରିକ୍ରମା ହଦଗଡ ଡ୍ୟାମ୍ ପାଣିରେ ୫ ପଂଚାୟତରେ ବନ୍ୟା

ହଦଗଡ ଡ୍ୟାମ୍ ପାଣିରେ ୫ ପଂଚାୟତରେ ବନ୍ୟା

114

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଦିନ ଧରି ହଦଗଡ ଡ୍ୟାମ୍‌ରୁ ପାଣି ଛଡାଯିବା ପରେ ସଂପ୍ରତି ଭଦ୍ରକ ଜିଲା ତିହିଡି ବ୍ଲକ୍‌ର ୫ଟି ପଂଚାୟତର ପରିସ୍ଥିତି ବନ୍ୟା ଠାରୁ ଭୟଙ୍କର ହୋଇଛି । ବାରୋ, ବିଲଣା, ବୋଡକ, ତଳଗୋପବିନ୍ଧା ପଂଚାୟତ ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବା ଜଣାଯାଇଛି । ଚାଷଜମିରେ ୨ ରୁ ୩ ଫୁଟ୍‌ର ପାଣି ଜମିଥିବାବେଳେ ଗାଁ ଗଣ୍ଡାରେ ପାଣି ଲହଡି ଖେଳୁଛି । ଫଳରେ ଚାଷୀ ପକାଇଥିବା ତଳି ସଂପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ରୁଆ ଧାନ ମଧ୍ୟ ପଚିଗଲାଣି । ଏଥିସହିତ କାଁପଡା ପଂଚାୟତର ଆଂଶିକ ଜଳମଗ୍ନ ହୋଇଥିବା ଜଣାଯାଇଛି । ବିଗତ ଦୀର୍ଘଦିନ ଧରି ବର୍ଷା ହୋଇନଥିବା ବେଳେ ଏଭଳି କୃତିମ ବନ୍ୟାରେ ଲୋକେ ଭୟଭୀତ ହୋଇପଡିଛନ୍ତି । ବିଗତ ଦିନରେ ସାଳନ୍ଦୀ ସଂସ୍କାର ସଫଳ ରୂପାୟନ ହୋଇନଥିବା ବେଳେ ସଂପ୍ରତି ଆଡିବନ୍ଧ ନିର୍ମାଣ ଅଧପନ୍ତରିଆ ହୋଇଥିବାରୁ ହଦଗଡରୁ ଛଡା ଯାଇଥିବା ପାଣି ଗାଁ ଗଣ୍ଡାକୁ ପଶୁଛି । ଗାଁ ଗଣ୍ଡା ରାସ୍ତାରେ ବନ୍ୟା ପାଣି ଲହଡି ମାରୁଥିବାବେଳେ ଘର ଦୁଆରକୁ ମଧ୍ୟ ପାଣି ପଶିଛି । ଚାଷୀକୂଳ ହତାଶ ହୋଇଥିବାବେଳେ ଏହି ପଂଚାୟତବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.