Home କେନ୍ଦୁଝର ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

180

ହାଟଡିହି, ୧୧ । ୭ : (ଓଡିଆପୁଅ) ଶଳାର ବାହାଘରକୁ ବୁଲିବାକୁ ଯାଇ ଶ୍ୱଶୁର ଘର ଲୋକଙ୍କ କଟୁକଥାକୁ ସହିନପାରି ରମ୍ପାସ ଗ୍ରାମର ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ରାମର ନରେନ୍ଦ୍ର ଦାସ(୩୭) ନାମକ ଜଣେ ଯୁବକ ଭଦ୍ରକ ଜିଲ୍ଲାରୁ ବିବାହ କରିଥିଲା । ତାର ତିନୋଟି ସନ୍ତାନ ସନ୍ତତୀ ଥିବାବେଳେ ଗତ ଦୁଇଦିନ ତଳେ ତାର ଜଣେ ଶଳାର ବିବାହ ଉତ୍ସବରେ ଯୋଗଦେବାକୁ ନିଜ ସ୍ତ୍ରୀ ଓ ଛୁଆପିଲାଙ୍କ ସହ ନରେନ୍ଦ୍ର ଶ୍ୱଶୁର ଘରକୁ ଯାଇଥିଲା । ସେଠାରେ ବାହାଘର ଚାଲିଥିବାବେଳେ କୌଣସି କାରଣକୁ ନେଇ ପାଟିତୁଣ୍ଡ କରିବାରୁ ଶ୍ୱଶୁର ଘର ଲୋକମାନେ ତାକୁ କଟୁକଥା କହି ତଡିଦେଇଥିଲେ । ସେ ସେଠାରୁ ଘରକୁ ପଳାଇଆସି ମାନସିକ ଦୁଶ୍ଚିନ୍ତାରେ ଦିନ ତମାମ ବୁଲିଥିଲା । ଏପରିକି ଗତକାଲି ରାତିରେ ସେ ତାଙ୍କ ଘରର ଝରକାଭାଙ୍ଗି ଘର ଭିତରକୁ ପସି ଘରଭିତରେ ବେକରେ ଏକ ରଶିଲଗାଇ ଆତ୍ମହତ୍ୟା କରିଥିଲା । ଆଜି ସକାଳୁ ସାହି ଲୋକେ ଏ ବାବଦରେ ଜାଣିବାପରେ ତୁରନ୍ତ ପୁଲିସକୁ ସୁଚନା ଦେଇଥିଲେ । ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.