Home ଜିଲ୍ଲା ପରିକ୍ରମା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

7

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍ ଆଶିଷ କୁମାର ତ୍ରିପାଠୀ ଆଜି ଭଦ୍ରକ ସହର ସନ୍ନିକଟ ଗେଲଟୁଆ ପଂଚାୟତ ବଗମରା ଆଦିବାସୀ ସାହି କଟିଆମୁଣ୍ଡା ହତ୍ୟାକାଣ୍ଡରେ ଗିରଫ ହୋଇଥିବା ସେହି ଗ୍ରାମର ବନମାଳୀ ମୁଣ୍ଡାଙ୍କ ପୁତ୍ର ବେତାଳ ଓରଫ ଅନାମ ମୁଣ୍ଡା (୨୫) ଓ ତାର ସାନଭାଇ ମୁନ୍ନାର ଶାଶୁ ଘନ ମୁଣ୍ଡାଙ୍କ ପତ୍ନୀ ଲୁସୁରୀ ମୁଣ୍ଡା (୪୯)ଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦାୟ ଦେଇଛନ୍ତି । ଜରିମାନା ଅନାଦେୟ ପୁନଶ୍ଚ ୩ ମାସ କାରାଦଣ୍ଡ ରାୟ ମଧ୍ୟ ଶୁଣାଇଛନ୍ତି । ବିବରଣୀରୁ ପ୍ରକାଶ ଅଭିଯୁକ୍ତ ବେତାଳ ମୁଣ୍ଡାର ପତ୍ନୀ ଚମ୍ପା ଜଣେ ମସ୍ତିଷ୍କ ବିକୃତ ମହିଳା ଥାଇ ଘରୁ କେଉଁଆଡେ ପଳାଇଯାଇଥିଲା । ସେ ଓ ଲୁସି ମୁଣ୍ଡା ଉଭୟ ତାଙ୍କ ଗ୍ରାମରେ କଟିଆ ମୁଣ୍ଡାକୁ ସନ୍ଦେହ କରିଥିଲା ଯେ ସେ ଚମ୍ପାକୁ ଆଣି ଘରେ ରଖିଛି । ତେଣୁ ୨୦୨୦ ମସିହା ଅକ୍ଟୋବର ୧ ତାରିଖ ଦିନ ୩ ଟା ସମୟରେ ତାଙ୍କ ପଡୋଶୀ କଟିଆ ମୁଣ୍ଡା ଘରକୁ ଯାଇ ସେ ତା ପତ୍ନୀ କେଉଁଆଡେ ଗଲାବୋଲି ପଚାରିଥିଲା । ମାତ୍ର ସେ ମନା କରିବାରୁ ତାକୁ ଘରୁ ଘୋଷାରି ଆଣି ପିଟାପିଟି କରିଥିଲା ।

ଫଳରେ ଜୀବନ ବିକଳରେ ଘରୁ ଦୌଡି ପଳାଇଆସି କଟିଆ ପଡୋଶୀ ମିର୍ଜା ମୁଣ୍ଡା ଘରେ ପଶିଯାଇଥିଲା । କିନ୍ତୁ ଉଭୟ ତାକୁ ଘରୁ ଘୋଷାରି ଆଣି ଏକ ଅର୍ଜୁନ ଗଛରେ ପ୍ଲାଷ୍ଟିକ୍ ଦୌଡିରେ ବାନ୍ଧି ନିର୍ମମ ଭାବେ ବାଡିରେ ପିଟିଥିଲେ । କଟିଆର ପତ୍ନୀ ଗୀତା ସେଠାକୁ ଯାଇ ନିଜ ସ୍ୱାମୀକୁ ସେମାନଙ୍କ କବଳରୁ ଉଦ୍ଧାର କରି ଘରକୁ ଆଣିଥିଲା । କିନ୍ତୁ ଉଭୟ ଅଭିଯୁକ୍ତ ସେହିଦିନ ରାତି ୧୦ଟାରେ କଟିଆ ମୁଣ୍ଡା ଘରକୁ ଯାଇ ତାକୁ ଘୋଷାରି ଘୋଷାରି ନେଇଆସିଥିଲେ । ପରଦିନ ସକାଳେ କଟିଆର ମୃତଦେହ ନିକଟସ୍ଥ ବଗମରା ଛକରୁ ମିଳିଥିଲା । ଏ ସଂପର୍କରେ ଗୀତା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ କଟିଆର ଶବ ଉଦ୍ଧାର କରିବା ସହ କେଶ୍ ନଂ ୫୮୧/୨୦, ଦଫା- ୩୦୨/୩୪ ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଥିଲା । ସେହିଦିନ ଠାରୁ ଉଭୟ ଅଭିଯୁକ୍ତ ବିଚାରାଧୀନ ବନ୍ଦୀ ଭାବେ ଭଦ୍ରକ ଜେଲ୍‌ରେ ଅଟକ ଅଛନ୍ତି । ଏହି ଘଟଣାରେ ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ ବି ପାରିପାଶ୍ୱର୍ିକ ସାକ୍ଷ୍ୟକୁ ଗ୍ରହଣ କରି ମାନ୍ୟବର କୋର୍ଟ ତାଙ୍କର ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସ୍ୟୁକ୍ୟୁଟର ପ୍ରଦୀପ୍ତ କୁମାର ସାମଲ, ଅରୁଣ କୁମାର ମିଶ୍ର ଓ ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.