Home Top News ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି : ବିଜେଡି

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି : ବିଜେଡି

86

ଭୁବନେଶ୍ୱର, ୩୦/୦୮ (ଓଡ଼ିଆ ପୁଅ) : ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି ରହିବାପାଇଁ ଅତି ମାମୁଲି ପ୍ରସଙ୍ଗ ଉଠାଉଛି ଯାହା ରାଜନୈତିକ ଦୃଷ୍ଟି କୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଭୁବନେଶ୍ୱର ସ୍ମାର୍ଟ ସିଟି ଭାରତର ଅନ୍ୟ ବିଜେପି ଶାସିତ ସହର ତୁଳନାରେ ବିକଶିତ ଓ ବହୁ ଭଲ ପରିଚାଳିତ। ତେଣୁ ଓଡିଶା ବିଜେପି ଏ କ୍ଷେତ୍ରରେ ଆତ୍ମ ନିରୀକ୍ଷଣ କରିବା ଉଚିତ୍‍ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.