ବାଲିଗୁଡା, ୨୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ହଟସ୍ପଟ ଅଞ୍ଚଳ ରୂପେ ପରିଚିତ ଗଞ୍ଜାମ ଜିଲ୍ଲାରୁ କନ୍ଧମାଳ ଜିଲାକୁ ଆସିବା ପାଇଁ କଟକଣା ଜାରି କରାଯାଇଛି। ଗଞ୍ଜାମ ଜିଲାରେ କରୋନାସ୍ଥିତି ସଙ୍ଗୀନ ଥିବାରୁ ଜିଲାବାସୀଙ୍କୁ ଜରୁରୀ କାରଣ ନ ଥିଲେ କନ୍ଧମାଳକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ତଥାପି ଲୁଚି ଛୁପି ମାଛ ବେପାରୀମାନେ ଜିଲା ଭିତରକୁ ପ୍ରବେଶକରି ମାଛ ବ୍ୟବସାୟ କରୁଛନ୍ତି। ମଙ୍ଗଳବାର ରାଇକିଆ ବ୍ଲକର କରଡା, ଇନ୍ଦ୍ରଗଡ, ରଣବା ରାସ୍ତାଦେଇ କିଛି ବ୍ୟବସାୟୀ ଆସୁଥିବା ବେଳେ ଗମାଣ୍ଡି ଠାରେ କେତେଜଣ ଯୁବକ ତାଙ୍କୁ ଅଟକାଇବା ସହ ଗଞ୍ଜାମରୁ ଆସିଥିବା ଜାଣି ଫେରାଇ ଦେଇଥିଲେ। ଗଳା ବାଟଦେଇ ଯେପରି କେହି ନ ଆସିବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।