Home Coronavirus Outbreak ଜରୁରୀ ସୂଚନା ଓ ତଥ୍ୟ ପ୍ରଦାନ ପାଇଁ ଜାରିହେଲା ଫୋନ ନମ୍ବର

ଜରୁରୀ ସୂଚନା ଓ ତଥ୍ୟ ପ୍ରଦାନ ପାଇଁ ଜାରିହେଲା ଫୋନ ନମ୍ବର

136

କନ୍ଧମାଳ, ୨୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କୋଭିଡ-୧୯ସହ ଜଡିତ ବିଭିନ୍ନ କ୍ଷେତ୍ର ସ୍ତରୀୟ କାର୍ଯ୍ୟକ୍ରମର ସଠିକ ମନିଟରିଂ ଓ ସମନ୍ୱୟ ଏବଂ ଏହି ପ୍ରରିପ୍ରେକ୍ଷୀରେ ସରକାରଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ ପାଇଁ ଫୁଲବାଣୀ ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହ (ସମ୍ମିଳନୀ କକ୍ଷ)ରେ ଏକ ସ୍ୱତନ୍ତ୍ର କୋଭିଡ-୧୯ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହୋଇଛି। ଏହି ସ୍ୱତନ୍ତ୍ର କୋଭିଡ-୧୯ ନିୟନ୍ତ୍ରଣ କକ୍ଷ ୩ଟି ସିଫ୍ଟରେ ଅହରାତ୍ର କାର୍ଯ୍ୟ କରିବ। ସେଥିପାଇଁ ଜିଲ୍ଲା ସଦର ମହକୁମାରେ ଥିବା ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ ଅଧିକାରୀ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯାଇଛି। ସୂଚନା ସଂଗ୍ରହ ଓ ତଥ୍ୟ ପ୍ରଦାନ ପାଇଁ ସେଠାରେ ପାଞ୍ଚୋଟି ଟେଲିଫୋନ ନମ୍ବର ଯଥା ୦୬୮୪୨-୨୫୫୧୭୧, ୨୫୫୧୭୨, ୨୫୫୧୭୩, ୨୫୫୧୭୪, ୨୫୫୧୭୫ ସ୍ଥାପିତ ହୋଇଛି ଜିଲ୍ଲାର ଅନ୍ୟତମ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଫୁଲବାଣୀ ସମନ୍ୱୀତ ଜନଜାତି ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କୁ ଏହି ନିୟନ୍ତ୍ରଣ କକ୍ଷର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.