Home ଜିଲ୍ଲା ପରିକ୍ରମା ହଜରତ ସୟଦ ଶାହା ଜମାଲଉଦ୍ଦିନ ପୀରବାବାଙ୍କ ୪୫ତମ ବାର୍ଷିକ ଉର୍ଷ ଉତ୍ସବ ଓ ଜଲସା କାର୍ଯ୍ୟକ୍ରମ

ହଜରତ ସୟଦ ଶାହା ଜମାଲଉଦ୍ଦିନ ପୀରବାବାଙ୍କ ୪୫ତମ ବାର୍ଷିକ ଉର୍ଷ ଉତ୍ସବ ଓ ଜଲସା କାର୍ଯ୍ୟକ୍ରମ

3

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନ୍ ଏ ସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ଫକିର ସାହି ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ହଜରତ ସୟଦ ଶାହା ଜମାଲଉଦ୍ଦିନ ପୀରବାବାଙ୍କର ୪୫ତମ ବାର୍ଷିକ ଉର୍ଷ ଉତ୍ସବ ଓ ଜଲସା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଲହାଜ ସୟଦ ଫାରୁକ ରଜା ହବିବି ଯୋଗ ଦେଇ ଗୁରୁବାର ସକାଳ ୬ଟା ସମୟରେ ପୀରବାବାଙ୍କ ଆସ୍ଥାନକୁ ଗୋଲାପ ଓ ଜଳ ଚନ୍ଦନରେ ସ୍ନାନ (ଗୋସଲ) କରିଥିଲେ। ୭ଟାରେ କୋରାନ ଖାନି ଓ ଫାତେହା ପରେ ଭୋଗ(ଲଙ୍ଗର) ବଂଟନ କରାଯାଇଥିଲା। ୭ଟା ୩୦ ଠାରୁ ଚାଦର ଚଢା ଓ ସର୍ବ ସାଧାରଣରେ ପୀରବାବାଙ୍କ ଦର୍ଶନ ଆରମ୍ଭ ହୋଇଥିଲା।ଏହି ପରିପ୍ରେକ୍ଷୀରେ ରାତି୮ଟା ସମୟରେ ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ରାଜ୍ୟରୁ ସୁନାମଧନ୍ୟ ମୌଲାନା,ସାୟର ଓ କବି ଯୋଗଦେଇ ପୀରବାବାଙ୍କ ଦର୍ଶନ କରିବା ସହ ଆୟୋଜିତ ଜଲସାରେ ଉପସ୍ଥିତ ରହି ବାବାଙ୍କ ମହିମା ଓ ଜିବନୀ ଉପରେ ଭାଷଣ ପ୍ରଦାନ କରିଥିଲେ। ଏହି ଉର୍ଷ ଉତ୍ସବ ଓ ଜଲସା ଅବସରରେ ଉତ୍ସବମୁଖର ଧାମନଗର ସହର। ଏଥିରେ ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିବା ବେଳେ ସ୍ଥାନୀୟ କାଉନସିଲର ଅନୁଶୟା ମଲ୍ଲିକ,ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା,ସେକ ଜାଫର ଅଲ୍ଲୀ, ଗୋଲାମ ଜିଲାନି ହବିବି,ଏମଡି ତାଜୁଦ୍ଦିନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ଯୋଗ ଦେଇ ପୀରବାବଙ୍କୁ ଦର୍ଶନ କରି ଆଶିର୍ବାଦ କାମନା କରିଛନ୍ତି। ଉର୍ଷ କମିଟିର କର୍ମକର୍ତା ଶାହା ନବିରୁଦ୍ଦିନ,ଶାହା ଅଜଗର,ଶାହା ଆଲାଉଦ୍ଦିନ,ଶାହା ହାଇଦର,ଶାହା ହମିଦ ରଜା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଟ୍ରାଫିକ ଏବଂ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ପକ୍ଷରୁ ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ତତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଶେଷରେ ଆଲହାଜ ଶାହା ବଦରୁଦ୍ଦିନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.