ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ହଜରତ ସରକାର ବାବା (ର.ଅ)ଙ୍କ ୧୧ତମ ବାର୍ଷିକ ଫାତେହା ଉତ୍ସବ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଭଦ୍ରକର ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ, ଡେପୁଟି କଲେକ୍ଟର (ବିଚାର) କାର୍ତିକ ନାଥ ମଣ୍ଡଲ ଉପସ୍ଥିତ ଥିଲେ । ଏହାଛଡା ବିଭିନ୍ନ ଅଧିକାରୀ ଯଥା ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ, ଅଧିକ୍ଷଣ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଅଧିକ୍ଷଣ ଯନ୍ତ୍ରୀ, ଚିକିତ୍ସାଧିକାରୀ ଡ.ସଙ୍ଗୀତା ବଳ, ଆଂଚଳିକ ପରିବହନ ଅଧିକାରୀଙ୍କ ସମେତ ଶାନ୍ତି କମିଟିର ସଦସ୍ୟ, ହିନ୍ଦୁ ସୁରକ୍ଷ। ସମିତି, ମୁସଲିମ ଜମାତର କର୍ମକର୍ତାଙ୍କ ସହିତ ସଭାପତି / ସମ୍ପାଦକ ,ଗୁଲସନେ ଗୌଷପାକ ଟ୍ରଷ୍ଟ, ଖାନକା ଶରିଫ ସରକାର ନଗର, ଭଦ୍ରକ ଏବଂ ସଭାପତି / ସମ୍ପାଦକ, କାଦରୀ ବିର।ଦନ ଗୁଲସନ-ଏ-ନସିମ୍, ସରକାର ନଗର, ଭଦ୍ରକଙ୍କ ମାନେ ଉପସ୍ଥିତ ଥିଲେ ଏବଂ ସେମାନଙ୍କର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଉପସ୍ଥିତ ଶାନ୍ତି କମିଟିର ସମସ୍ତ ସଦସ୍ୟ ଓ ଅନ୍ୟ ମାନଙ୍କୁ ସ୍ୱାଗତ କରିବା ସହିତ ଆଜିର ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସମସ୍ତେ ଉତ୍ସବ ଟିକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବାକୁ ଆବଶ୍ୟକୀୟ ରାସ୍ତାର ମରାମତି, ଆଲୋକୀକରଣ, ନାଳ ନର୍ଦ୍ଦମାର ସଫେଇ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ନିଶାଖୋର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ର ସୁ ବନ୍ଦୋବସ୍ତ, କରିବାପାଇଁ ଅନୁରୋଧ କରିଥିଲେ । ଶାନ୍ତି କମିଟିର ସଦସ୍ୟ ବିଦ୍ୟାଧର ସାହୁ, ଅତିସ କୁମାର ବେହେରା, ଗୌରାଙ୍ଗ ପଣ୍ଡା ଆଲୋଚନାରେ ଭାଗ ନେଇ ଟ୍ରାଫିକ ର ସୁ ବନ୍ଦୋବସ୍ତ ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ଉଚ୍ଛେଦ ଅଭିଯାନ କୁ ପ୍ରଶଂସ। କରିଥିଲେ । ବୈଠକ ରେ ଭାଗ ନେଇଥିବା ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ । କମିଟି ର ଆବେଦନ କୁ ଗ୍ରହଣ କରାଯାଇଥିଲା । ଧର୍ମ ସଭା ସ୍ଥାନ ରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ,ଭଦ୍ରକ ଆବଶ୍ୟକୀୟ ଦଷ୍ଟ ଗୁଣ୍ଡ ପକେଇବେ ଯେପରିକି ସୂଚାରୁ ରୂପେ ସଭା ଟି ୨୪.୦୯.୨୫ ରେ ଅନୁଷ୍ଟିତ ହେବ । ସେଇପରି ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା,ଭଦ୍ରକ ଓ ପୌରପାଳିକା ସଭା ସ୍ଥାନ ରେ ବାୟୋ ଟୋଏଲେଟ ସ୍ଥାପନ କରିବେ । ସେହିପରି ସମ୍ପୃକ୍ତ କମିଟି ଅଗ୍ନିଶମ ବିଭାଗରୁ ଫାୟାର ସେଫ୍ଚି ସାଟିଫିକେଟ ଓ ବିଦ୍ୟୁତ ବିଭାଗରୁ ତଦନ୍ତ ରିପୋର୍ଟ ସଂଗ୍ରହ କରିବେ । ବିଦ୍ୟୁତ ବିଭାଗ ୨୩ ଓ ୨୪ ତାରିଖ ରେ ବିଦ୍ୟୁତ ସେବା ଅବ୍ୟାହତ ରଖିବାକୁ ସୁନିଶ୍ଚିତ କରିବେ । ଆରକ୍ଷୀ ଅଧିକ୍ଷକ ବିଭିନ୍ନ ଅଣ ସ୍ୱୀକୃତିପ୍ରାପ୍ତ ୱେବ ଚ୍ୟାନେଲ ଏବଂ ସୋସିଆଲ ମିଡିଆ ରେ ମିଥ୍ୟା ଗୁଜବ ପ୍ରଚାର କରୁଥିବା ସଂସ୍ଥା/ବ୍ୟକ୍ତିବିଶେଷ କୁ କଠୋର ଚେତାବନୀ ଦେଇଥିଲେ । ଏହାଛଡା ଟ୍ରାଫିକ ସୁନିୟନ୍ତ୍ରଣ ଓ ପାର୍କିଂ ସ୍ଥାନ ରେ ପର୍ଯ୍ୟ।ପ୍ତ ପୁଲିସ ମୁତୟନ କରାଯିବ । ସିସି ଟିଭି କ୍ୟାମେରା ମଧ୍ୟ ସବୁ ଆଡେ ଲଗାଯିବା ର ବ୍ୟବସ୍ଥା କରାଯାଇଛି । ଅବକାରୀ ବିଭାଗ ବେଆଇନ ମାଦକ ଦ୍ରବ୍ୟ ବିକ୍ରୟ ଉପରେ ନିୟମିତ ଯାଞ୍ଚ କରିବାକୁ, ମଦ୍ୟପାନ କରି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ଆରକ୍ଷୀ ଅଧିକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । । ସେହିପରି ପର୍ବ ସମୟରେ ଭଦ୍ରକ ସହରରେ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୨୪ ତାରିଖ ରେ ସଭା ସ୍ଥଳି ରେ ଡାକ୍ତରୀ ସେବା ଯୋଗାଇଦେବା ସହିତ ଆମ୍ବୁଲାନ୍ସ ଓ ମେଡିକାଲ ଟିମ ର ବ୍ୟବସ୍ଥା ଉପରେ ନିର୍ଦେଶ ପ୍ରଦାନ କରାଯାଇଥିଲା ।








