Home କେନ୍ଦ୍ରାପଡ଼ା ହଜରତ ମନସୁର ସାହା ବାବାଙ୍କ ଉର୍ସ ଉତ୍ସବ ପାଳିତ

ହଜରତ ମନସୁର ସାହା ବାବାଙ୍କ ଉର୍ସ ଉତ୍ସବ ପାଳିତ

51

କେନ୍ଦ୍ରାପଡ଼ା ୩୦ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପୁରୁଣା ଅଦାଲତ ସନ୍ନିକଟ ହଜରତ ମନସୁର ସାହା ବାବାଙ୍କ ଉର୍ସ ଉତ୍ସବ ପାଳିତ ହୋଇଯାଇଛି। ଦୁଇବର୍ଷ ଧରି କରୋନା ମହାମାରୀ ଲାଗି ରହିଥିବାରୁ ଏହି ଉତ୍ସବ ଅବସରରେ କୈାଣସି ଧର୍ମସଭା ଅନୁଷ୍ଠିତ ନହୋଇ କେବଳ କୋଭିଡ କଟକଣା ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳିତ ହୋଇଆସୁଛି। ଉତ୍ସବ ଅବସରରେ ଜିଲ୍ଲା ବାହାରୁ ଏବଂ ଜିଲ୍ଲା ଭିତରର ବିଭିନ୍ନ ସ୍ଥାନରୁ ବହୁ ଲୋକ ବାବାଙ୍କ ଏହି ଉତ୍ସବରେ ସାମିଲ ହୋଇ ଚଦର ଏବଂ ଫୁଲମାଳ ଚଢାଇଥିଲେ। ଏହି କାର୍ଯ୍ୟକ୍ରମକୁ ସେକ ମେହେମୁଦ, ସେକ ଇଜାଜୁଲ୍ଲା, ସେକ କୟୁମ, ସେକ ଆବାଦି, ହାଜି ସେକ ସଲାଉଦ୍ଦିନ, ସେକ ଗୟାସୁଦ୍ଦିନ ବଲବନ, ସେକ ନାଜି ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.