Home ଜିଲ୍ଲା ପରିକ୍ରମା ହଜରତ ଉମର ଶାହା ବାବା(ଆର.ଏ.) ଙ୍କ ବାର୍ଷିକ ଉର୍ସ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ହଜରତ ଉମର ଶାହା ବାବା(ଆର.ଏ.) ଙ୍କ ବାର୍ଷିକ ଉର୍ସ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

13

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୨୫ ପଠାନମହଲା ଠାରେ ହଜରତ ଉମର ଶାହା ବାବା(ଆର.ଏ.) ଙ୍କ ବାର୍ଷିକ ଉର୍ସ ଉତ୍ସବ ଅବସରରେ ବାବା ଙ୍କ ଦରଘାରେ ମାଲ୍ୟାର୍ପଣ କରି ଭଦ୍ରକ ର ଶାନ୍ତି, ଶୃଙ୍ଖଳା ଓ ଭାଇଚାରା ବଜାଇ ରଖିବା ପାଇଁ ପ୍ରାର୍ଥନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲଙ୍କ ସମେତ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ବରିଷ୍ଠ ନେତା ଏମ.ଡି. ଜକାଉଲ୍ଲା, ମୁସ୍ତାକିମ୍ ଖାନ, ସେକ କଲିମୁଦ୍ଧିନ, ସେକ ଗୁଲାମ, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୮ ର ପାରିଷଦ ସୟେଦ ନାସେର ଅଲ୍ଲୀ, ୱାର୍ଡ ନମ୍ବର ୨୮ ର ପାରିଷଦ ସାହିଦ ଖାନ, ଯୁବନେତା ମେହେବୁବ ଖାନ, ତନବିର ଖାନ, ଅଖତର୍ ଅଲ୍ଲୀ, ନାସିରୁଦ୍ଦିନ ଖାନ, ଦେବାଶିଷ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.