Home ଜିଲ୍ଲା ପରିକ୍ରମା ସୟା ଧୂଳିପଦାରେ ମା’ବାସନ୍ତୀ ଦୁର୍ଗାପୂଜା ପାଳିତ

ସୟା ଧୂଳିପଦାରେ ମା’ବାସନ୍ତୀ ଦୁର୍ଗାପୂଜା ପାଳିତ

1

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତର ଧୂଳିପଦା ଠାରେ ମା’ବାସନ୍ତୀ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେଉଛି। ସପ୍ତମୀ ଠାରୁ ମା’ଙ୍କ ପୂଜା ଯଥାରୀତି ନୀତି ଅନୁସାରେ ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିବ।ଅଷ୍ଟମୀରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବାସହିତ ଭୋଗ ନୈବେଦ୍ୟ କରିଥିଲେ।ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି।ବାସନ୍ତୀ ଦୁର୍ଗା ପୂଜାପାଇଁ ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ଆଲୋକ ମାଳା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।ମା’ଙ୍କ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ଅନୁଷିତ ହେଉଛି।ଏହି ପୂଜା ୧୯୮୮ ମସିହା ଠାରୁ ଆରମ୍ଭ ହୋଇ ଆଜିପର୍ଯ୍ୟନ୍ତ ଚାଲିଆସୁଅଛି।ଚଳିତ ବର୍ଷ କର୍ତ୍ତା ଭାବେ ବାବୁରାମ ରାଉତ ତାଙ୍କ ପତ୍ନୀ ନିରୂପମା ରାଉତ,ମୁକ୍ତିକାନ୍ତ ନାୟକ, ତାଙ୍କ ପତ୍ନୀ କୁନ୍ତଳା ନାୟକ,ପୂଜକ ଭାବେ ଦେବେନ୍ଦ୍ର ପାଢ଼ୀ, କୃପାସିନ୍ଧୁ ପାଢ଼ୀ, ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ,ସନ୍ତୋଷ ପାଢ଼ୀ ପୂଜାକାର୍ଯ୍ୟ ତୁଲାଉଛନ୍ତି।ପୂଜାକମିଟି ସଭାପତି ଧୀରେନ୍ଦ୍ର କୁମାର ସେଠୀ,ସଦସ୍ୟ ବୁଦ୍ଧିରାମ ରାଉତ,ଲକ୍ଷ୍ମଣ କୁମାର ନାୟକ, ଦେବାଶିଷ ନାୟକ,ଜୀବନ ନାୟକ, ପ୍ରଦୀପ ରାଉଳ,ଶରତ ଚନ୍ଦ୍ର ରାଉତ,କହ୍ନେଇ ନାୟକ,ସମରଜିତ ମହାପାତ୍ର ପ୍ରମୁଖ ପୂଜାଜର୍ଯ୍ୟ ପରିଚାଳନରେ ସହଯୋଗ କରିଥିଲେ। ଅଷ୍ଟମୀରେ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ଶଥପଥୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶକରି ଆଶିଷ ଭିକ୍ଷା କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.