Home ଜିଲ୍ଲା ପରିକ୍ରମା ସଡ଼କ ଦୁର୍ଘଟଣାରେ ୨ମୃତ ୧ ଗୁରୁତର

ସଡ଼କ ଦୁର୍ଘଟଣାରେ ୨ମୃତ ୧ ଗୁରୁତର

80

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ବାଇକ୍‌ରେ ଯାଉଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି । ସୂଚନାଯୋଗ୍ୟ, ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ଗୋଟିଏ ବାଇକ୍‌ରେ ତିନିଜଣ ଯୁବକ ଘରକୁ ଫେରୁଥିଲେ । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଏକ ଟ୍ରଲର ସହ ସେମାନଙ୍କର ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସମୟରେ ଗୁରୁତର ମାନଙ୍କୁ ହାଇୱେ ପେଟ୍ରୋଲିଂରେ ଥିବା ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ପହଁଚାଇଥିଲେ । ଗୁରୁତର ଯୁବକ ଶିବାନନ୍ଦ ବେହେରାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ଯୁବକ ଦୁଇଜଣ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର କାଳନ୍ଦୀ ଓଝା ଏବଂ ସଞ୍ଜୟ ପଣ୍ଡା ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.