ବାଲେଶ୍ୱର, ୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ର ପଞ୍ଚଦଶ ସ୍ୱନକ୍ଷତ୍ର ଏବଂ ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉସବ ସ୍ଥାନୀୟ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଅଫିସ୍ ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଘର ସାଧାରଣ ସମ୍ପାଦକ ଇଂଜିନିୟର ବନମାଳୀ ନାୟକ ଏଥିରେ ସଭାପତିତ୍ୱ କରିବା ସହିତ ସମ୍ପ୍ରତି ସମାଜସେବା କ୍ଷେତ୍ରରେ ସହାୟକ ସଂଗଠନର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ।ଏଥିରେ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ଶଶାଙ୍କ ଶେଖର ଦତ୍ତ, ପର୍ଶୁରାମ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ପୁରୁଷୋତ୍ତମ ବେହେରା, ବସନ୍ତ କୁମାର ନାୟକ, ଭବେଶ ଚନ୍ଦ୍ର ପଣ୍ଡା, ଶେଖ୍ ଆଲାଉଦ୍ଦିନ୍, ଯୋଗେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ସହାୟକ ସଂଗଠନର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ମଧ୍ୟ ଏହା ଅଧିକ ସକ୍ରିୟ ରହି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବ ବର୍ଷମାନଙ୍କ ଭଳି ସଂଗଠନ ପକ୍ଷରୁ ୩୦ଜଣ ପୁରୁଷ ଓ ମହିଳାଙ୍କୁ ବସ୍ତ୍ର, ମାସ୍କ, ଟିଫିନ୍ ପ୍ରଦାନ କରାଯାଇଥିଲା।