Home ଜିଲ୍ଲା ପରିକ୍ରମା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରା ବଂଟନ

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରା ବଂଟନ

11

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଜଳେଶ୍ୱରପୁର ପଂଚାୟତରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିର ସାଙ୍ଗକୁ ଚାରାଗଛ ଓ ପୁସ୍ତକ ବଂଟନ କରି ପୁଅର ଜନ୍ମଦିନ ପାଳନ କଲେ ବାପା । ଚାନ୍ଦବାଲି ବ୍ଲକ୍ ଜଳେଶ୍ୱରପୁର ପଂଚାୟତ ବଳଭଦ୍ର ପ୍ରସାଦ ଗ୍ରାମର ଯୁବ ସମାଜସେବୀ ଚିନ୍ମୟ ବିଶ୍ୱାସ ଏକ ନିଆରା ଢଙ୍ଗରେ ନିଜ ପୁଅର ପ୍ରଥମ ବାର୍ଷିକ ଜନ୍ମ ଉତ୍ସବ ପାଳନ କରିଛନ୍ତି । ଆଖପାଖ ଗ୍ରାମର ଯୁବକମାନଙ୍କୁ ଏକାଠି କରି ଏକ ରକ୍ତଦାନ ଶିବିର ଆୟୋଜନ କରିବା ସହ ପ୍ରତି ରକ୍ତଦାତାଙ୍କୁ ଗୋଟିଏ ଗୋଟିଏ ଚାରା ଗଛ ଓ ଖଣ୍ଡିଏ ପୁସ୍ତକ ବଂଟନ କରିଥିଲେ । ସଂପ୍ରତି ଭଦ୍ରକ ଜିଲାର ମୁଖ୍ୟ ଚିକିତ୍ସାଳୟରେ ରକତ୍ର ଘୋର ଅଭାବ ଦେଖା ଦେଇଥିବାବେଳେ ପୁଅର ଜନ୍ମଦିନର ଚିନ୍ମୟଙ୍କର ଏପରି ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସମୁଦାୟ ୫୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ବଳଭଦ୍ର ପ୍ରସାଦ ତରଫରୁ ଛାତ୍ର କଂଗ୍ରେସ ରାଜ୍ୟ ଉପସଭାପତି ଆଶିଷ କୁମାର ମାହୁନ୍ତଙ୍କ ତତ୍ୱାବଧାନରେ ଆୟୋଜିତ କରାଯାଇଥିଲା । ରକ୍ତଦାନ ଶିବିରରେ ଅତିଥି ଭାବେ କବି, ସଂପାଦକ ତଥା ପ୍ରକାଶକ ବାଦଲ ମହାନ୍ତି, ବିଶ୍ୱନାଥ ନାୟକ, ବିଜେପି ରାଜ୍ୟ ଓବିସି ସେଲର ଉପାଧ୍ୟକ୍ଷ ରଘୁନାଥ ପାତ୍ର, ଶକ୍ତି ପ୍ରତାପ ବିଶ୍ୱାଳ, ରଜେଶ ମଢୁଆଳ, ସଂଜୀବ ଲୋଚନ ନାୟକ, ପୃଥିରାଜ ନାୟକ, ଅଜିତ୍ ନାୟକ, ଉମେଶ ମାହୁନ୍ତ, ଧୃବଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.