ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ ଅନ୍ତର୍ଗତ ତୁଳସୀପୁର ଗ୍ରାମ ଯୁବକ ସଂଘ ପକ୍ଷରୁ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଯୁବକ ସଂଘର ୧୨ ବର୍ଷ ପୁର୍ତ୍ତି ଅବସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଭଦ୍ରକ ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ବାସନ୍ତିଲତା ରାଉତ, ସାଧୁସୂଦନ ବେହେରା, ଲାବ ସହାୟକ ରତିକାନ୍ତ ବଳ, ରଘୁନାତ ପାତ୍ର, ରାଜୀବ ଦାସ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିିବିରରେ ବହୁ ମହିଳା ରକ୍ତଦାନ କରିଥିଲେ। ଆବଶ୍ୟକ ସମୟରେ ରୋଗୀର ରକ୍ତ ଅଭାବ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ବୋଲି ଯୁବକ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଯୁବକ ସଂଘର ଉତ୍ସାହୀ ସଦସ୍ୟମାନେ ପରିଚାଳନା କରିଥିଲେ।