Home ଓଡ଼ିଶା ମାଓ ବିସ୍ପୋରଣରେ ସାମ୍ବାଦିକଙ୍କ ମୁତ୍ୟୁକୁ ନେଇ ଶୋକସଭା

ମାଓ ବିସ୍ପୋରଣରେ ସାମ୍ବାଦିକଙ୍କ ମୁତ୍ୟୁକୁ ନେଇ ଶୋକସଭା

41

ନୟାଗଡ ୦୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ଓଡିଶାରେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ରେ ଜଣେ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ମୁତ୍ୟୁବରଣ କରିବା ଓଡିଶାରେ ପ୍ରଥମ ଘଟଣା। ଯାହାକୁ ନେଇ ନୟାଗଡ ଜିଲ୍ଲା ଓଡିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ଖବର ମିଳିବା ପରେ ଜିଲ୍ଲା ଓୟୁଜେ ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ। ରଣପୁର ମଣିନାଗ ପୀଠରେ ଏକ ଜରୁରୀ କାଳିନ ବୈଠକ ଡାକି ମୁତ୍ୟୁ ବରଣ କରିଥିବା ସାମ୍ବାଦିକ ରୋହିତ ବିଶା୍ୱଳଙ୍କ ଅମର ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

ମାଓବାଦୀଙ୍କ ଏହିଭଳି କାର୍ଯ୍ୟ କଳାପକୁ ଘୋର ନିନ୍ଦା କରାଯାଇଥିଲା। ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହିଦ୍ ସମ୍ମାନରେ ସମ୍ମାନୀତ କରିବା ସହ ତାଙ୍କ ପରିବାରକୁ ରାଜ୍ୟ ସରକାର କ୍ଷତିପୂରଣ ଦେବାପାଇଁ ଦାବି କରାଯାଇଥିଲା। ମାଓପ୍ରଭାବିତ ଅଂଚଳରେ ସାମ୍ବାଦିକ ମାନେ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବାରୁ ସରକାର ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାପାଇଁ ମଧ୍ୟ ଦାବି କରାଯାଇଥିଲା। ସରକାର ତୁରନ୍ତ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନଦେଲେ ନୟାଗଡ ଜିଲ୍ଲାରୁ ପ୍ରଥମେ ଆନ୍ଦୋଳନ କରାଯିବ ବୋଲି ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.