Home ଜିଲ୍ଲା ପରିକ୍ରମା ସ୍ୱାସ୍ଥ୍ୟ ଓ ସୁରକ୍ଷା ଦିଗରେ ସଚେତନର ଆବଶ୍ୟକତା ରହିଛି, ବରିଷ୍ଠ ନାଗରିକ ପରିଷଦର ଚତୁର୍ଥ ମଣ୍ଡଳ...

ସ୍ୱାସ୍ଥ୍ୟ ଓ ସୁରକ୍ଷା ଦିଗରେ ସଚେତନର ଆବଶ୍ୟକତା ରହିଛି, ବରିଷ୍ଠ ନାଗରିକ ପରିଷଦର ଚତୁର୍ଥ ମଣ୍ଡଳ ସ୍ତରୀୟ ସମାରୋହରେ ଅତିଥିଙ୍କ ମନ୍ତବ୍ୟ

10

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ପରିଷଦର ଚତୁର୍ଥ ମଣ୍ଡଳ ସ୍ତରୀୟ ସମାବେଶ ୨୦୨୫ ସୋମବାର। ଅନୁଷ୍ଠିତ ହୋଇଯାଇଛି।ପରିଷଦ ର ସଭାପତି ଅନିଲ କୁମାର ବାରିକ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧାମନଗର ତହସିଲଦାର ଶାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଯୋଗଦେଇ ସମାଜ ରେ ବରିଷ୍ଟ ନାଗରିକ ଙ୍କ ଆସନ ବହୁତ ଉପରେ ସେମାନେ ସବୁବେଳେ ସମ୍ମାନ ର ଅଧିକାରି ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ।ମୁଖ୍ୟବକ୍ତା ଭାବେ ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠୀ ଯୋଗ ଦେଇ ସମାଜ ରେ ବରିଷ୍ଟ ନାଗରିକ ଙ୍କୁ ସବୁ ସମୟରେ ସୁରକ୍ଷା ଦିଆଯିବ ସେମାନେ କେବେ ନିଜକୁ ଅସହାୟ ମନେ କରିବେନାହିଁ।ପରେ କିପରି ଭାବେ ବରିଷ୍ଟ ମାନେ ସାଇବର କ୍ରାଇମି ରେ ଶିକାର ନହେବ ସେ ଦିଗରେ ଉପସ୍ଥିତ ବରିଷ୍ଟ ନାଗରିକ ଙ୍କୁ ସଚେତନ କରାଇ ଥିଲେ।ଅନ୍ୟତମ ଅତିଥି ଭାବେ ଧାମନଗର ମେଡ଼ିକାଲ ଅଧିକାରି। ଡାକ୍ତର ମନ୍ମୟ କୁମାର ସାମନ୍ତ ସିଂହାର ବୟସ ଅଧିକ ହେଲେ ବରିଷ୍ଟ ମାନେ କିପରୀ ସ୍ୱାସ୍ଥ୍ୟ ର ଯତ୍ନ ନେବେ ସେ ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଧାମନଗର ଥାନାଅଧିକାରି ଗୋପାଳ କୃଷ୍ଣ ଜେନା ଆଇନଶୃଙ୍ଖଳା ନିୟନ୍ତ୍ରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ଦଶରଥ ଦାଶ ଅତିଥି ମାନଙ୍କୁ ମଂଚ ଆମନ୍ତ୍ରଣ,ନିରାକାର ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ରବିନ୍ଦ୍ର ସାହୁ ଓ ପ୍ରହଲ୍ଲାଦ ବେହେରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିବା ବେଳେ ପରିଷଦର ସାଧାରଣ ସମ୍ପାଦକ ଶଚ୍ଚୀକାନ୍ତ ପଣ୍ଡା ଉଦେଶ୍ୟ ଜ୍ଞାପନ କରିଥିଲେ। ମହେଶ୍ୱର ସ୍ୱାଇଁ ପରିଷଦର ସଦସ୍ୟ ଙ୍କ ବିଭିନ୍ନ ସମସ୍ୟା ଅତିଥି ଙ୍କୁ ଅବଗତ କରାଇ ଥିଲେ।ଏହି ସମାରୋହରେ ଧାମନଗର ଏନ ଏ ସି ଅଂଚଳ ଏବଂ ଭଗବାନପୁର ପଂଚାୟତକୁ ନେଇ ମଣ୍ଡଳ ସ୍ତରୀୟ ସଭାପତି ଭାବେ ଅଭିମନ୍ୟୁ ମଲ୍ଲିକଙ୍କୁ ମନୋନୀତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଷଦର ଉପସଭାପତି ସୁରଥ ଚନ୍ଦ୍ର ସେଠୀ,କୋଷାଧ୍ୟକ୍ଷ ନୃସିଂହ ଚରଣ ନାୟକ,ସଦସ୍ୟ ଧନଞ୍ଜୟ ଦାସ,ସେକ ଅବଦୁଲ ହାକିମ,ହୃଦାନନ୍ଦ କର, ନରେନ୍ଦ୍ର ଦାସ, ବୃନ୍ଦାବନ ମହାନ୍ତି, ଭୋଳାନାଥ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଭ୍ୟ ରାମଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.