Home ଜିଲ୍ଲା ପରିକ୍ରମା ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୮ମ ବାର୍ଷିକ ଉତ୍ସବ

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୮ମ ବାର୍ଷିକ ଉତ୍ସବ

0

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ି ଧାମରେ ଅବସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଷ୍ଟମ ବାର୍ଷିକ ଉତ୍ସବ ଗତ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରେଣୁବାଳା ସାମଲ ଓ ଅଧ୍ୟାପକ ନିକୁଞ୍ଜ କିଶୋର ଶିକ୍ଷାବିତ୍ ବବ୍ରୁବାହାନ ଭୋଇଙ୍କୁ “ମାଟିର ମହକ” ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଅଧ୍ୟାପକ ନିକୁଞ୍ଜକିଶୋର ଜେନା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବପ୍ସଶିଧର ପାଢ଼ୀ ଙ୍କୁ “ଗୁରୁ ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଦର୍ଶ ପରୀକ୍ଷାରେ ତିନି ଜଣ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ତଥା ପ୍ରଥମ ରୁ ସପ୍ତମ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ “ବାବାଜି ଚରଣ ମହାଳିକ ଛାତ୍ରବୃତି” ପ୍ରଦାନ କରାଯାଇଥଛି। ଏଥିସହିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା। ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ଶିକ୍ଷାକେନ୍ଦ୍ରର ସ୍ଥାୟୀ ସଭାପତି ତ୍ରିଲୋଚନ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଶ୍ରୀକ୍ଷେତ୍ର ପୁରି ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ସମ୍ଭୁନାଥ ମହାଳିକ, ସମ୍ମାନୀୟ ଅତିଥି ଭାବେ ଧାମନଗର ଥାନା ଅଧିକାରୀ ଗୋପାଳକୃଷ୍ଣ ଜେନା, ମୁଖ୍ୟବକ୍ତା ଅଧ୍ୟାପକ ନିକୁଞ୍ଜକିଶୋର ଜେନା, ସମ୍ବଲପୁର ଜିଲା ତଥା ରାଜ୍ୟ ଶିକ୍ଷକ ସଂଘର ପ୍ରାଦାଧିକାରୀ ୍ୱ୍ୱ୍ରୁବାହନ ଭୋଇ, ଅଧ୍ୟାପକ ବିଜୟ କୁମାର ଦାଶ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ, ଶିକ୍ଷାକେନ୍ଦ୍ରର ନିର୍ଦ୍ଦେଶକ ଚିତରଞ୍ଜନ ମହାନ୍ତି, ପ୍ରଧାନ ଆଚ୍ଚାର୍ଯ୍ୟା ରେଣୁବାଳା ସାମଲ ବରିଷ୍ଠ ସଭ୍ୟ ସଞ୍ଜୟ ଦାଶ, ସମ୍ପାଦକ ବାବାଜି ଶଙ୍କର ପାଢୀ, ଟ୍ରଷ୍ଟି ଆଶିଷ ପାଢୀ, ପ୍ରଶାନ୍ତ ପାଢୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପାରି ଦର୍ଶିତା କ୍ଷେତ୍ରରେ ଆଜିର ଛାତ୍ରଛାତ୍ରୀ ଆଗରେ ବୋଲି ବକ୍ତବ୍ୟ ରଖିଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାପ୍ସସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସହ ସାମାଜିକ ଓ ଧର୍ମ ସଂସ୍କୃତି ଉପରେ ଆଧାରିତ ଅଭିନୟ ବେଶ୍ ଆକର୍ଷିତ କରିଥିଲା ଅଭିଭାବକ ମଣ୍ଡଳୀଙ୍କୁ। ବାର୍ତା ଉପରେ ଅନୁଷ୍ଠିତ। ଏଥିପାଇଁ ନୃତ୍ୟଗୁରୁ ଦିପୁଙ୍କ ସହ ଲୋପାମୁଦ୍ରା,ଇତିଶ୍ରୀ, ମାମନ, ତନୁଜା, ଶିକ୍ଷକ ଉମାକାନ୍ତ ମଲିକ, ତଥାଗତ ବିଶ୍ୱାଳ, ଜଗବନ୍ଧୁ ବାରିକ, ସୁନିତା ବାରିକ, ଲିପି ରାୟ, ଦିପା, ସ୍ୱପ୍ନାରାଣୀ ଖଟୁଆ, ବିଜୟଲକ୍ଷ୍ମୀ, ସ୍ୱାଗତିକା, ବନ୍ଦନା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟ ଓ ପୁରସ୍କାର ବିିତରଣରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.