ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି କ୍ରୀଡା ଉତ୍ସବ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ନିକଟରୁ କ୍ରୀଡା ଜ୍ୟୋତି ବାହାର କରି ଆରଡିପୀଠ ପରିକ୍ରମା କରିବା ପରେ ଖେଳ ପଡ଼ିଆରେ ପହଂଚି ଥିଲେ। ଏହି ଅବସରରେ କ୍ରୀଡା ପତାକା ଧୁଷୁରୀ ଥାନାଅଧିକାରୀ ଅଜୟ ସୁଦର୍ଶନ ବାଗେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତୋଳନ କରିବା ପରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ସେହିପରି ସମ୍ମାନୀୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆରଡିଶାଖାର ପରିଚାଳକ ଦିପକ ପାତ୍ର , ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ପହଣା ଓ ମଠଡିହ କ୍ଲଷ୍ଟର ସିଆରସିସି ଦିଲିପ ଶେଖର ନାୟକ, ଶିକ୍ଷାକେନ୍ଦ୍ରର ପ୍ରଧାନ ଆର୍ଚ୍ଚାଯ୍ୟା ରେଣୁବାଳା ସାମଲ, ନିର୍ଦ୍ଦେଶକ ଚିତରଞ୍ଜନ ମହାନ୍ତି, ସ୍ଥାୟୀ ସଭାପତି ତ୍ରିଲୋଚନ ପଣ୍ଡା, ମାର୍ଗଦର୍ଶକ ବିଜୟ କୁମାର ଦାଶ ସଭ୍ୟ ସଞ୍ଜୟ ଦାଶ, ବାବାଜି ଶଙ୍କର ପାଢୀ, ପ୍ରଶାନ୍ତ ପାଢୀ, ଗୋପବନ୍ଧୁ ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ କ୍ରୀଡା ଶିକ୍ଷକ ଶୁଶାନ୍ତ ବିଶ୍ୱାଳ, ଜଗବନ୍ଧୁ ବାରିକ, ଉମାକାନ୍ତ ମଲିକ, ସୁନିତା ବାରିକ, ସ୍ୱପ୍ନାରାଣୀ ଖଟୁଆ, ସ୍ୱାଗତିକା, ବିଜୟଲକ୍ଷ୍ମୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଶିଶୁ ବାଟିକା ଠାରୁ ୭ମ ଶ୍ରେଣୀ ଯାଏଁ ୧୫୦ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। ପରିଶେଷରେ ଅଭିଭାବିକା ମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗୀତା କରାଯାଇ କ୍ରୀଡା ପତାକା ଅବତରଣ କରାଯାଇଥିଲା।








