Home Top News ସ୍ୱାଭିମାନ ଅଞ୍ଚଳବାସୀ ଲାଲଗଡ଼ରେ ପାଳିଲେ ଗଣଗଣତନ୍ତ୍ରର ମତଦାନ ପର୍ବ : ମାଓବାଦୀଙ୍କ ବୁଲେଟକୁ ଭୟ ନକରି...

ସ୍ୱାଭିମାନ ଅଞ୍ଚଳବାସୀ ଲାଲଗଡ଼ରେ ପାଳିଲେ ଗଣଗଣତନ୍ତ୍ରର ମତଦାନ ପର୍ବ : ମାଓବାଦୀଙ୍କ ବୁଲେଟକୁ ଭୟ ନକରି ଭୋଟ ଦେଲେ

84

ମାଲକାନଗିରି, ୨୪/୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଆଜିଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଗ୍ରହଣ। ଲାଲଗଡ଼ରେ ସ୍ୱାଭିମାନ ଅଞ୍ଚଳବାସୀ ଖୁସିରେ ପାଳିଛନ୍ତି ଗଣତନ୍ତ୍ରର ମତଦାନ ପର୍ବ। ମାଓବାଦୀଙ୍କ ବୁଲେଟର ଭୟକୁ ଖାତିର ନକରି ଵ୍ୟାଲେଟ ପେପରରେ ନିଜର ମତଦାନ ସାବ୍ୟସ୍ଥ୍ୟ କରି ମନପସନ୍ଦର ଲୋକପ୍ରତିନିଧି ବାଛିଛନ୍ତି। ମାଓବାଦୀଙ୍କ ଭୟରେ ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ହେଲା ନିର୍ବାଚନ ହୋଇପାରିନଥିଲା। ସ୍ୱାଭିମାନ ଅସଂହଜେଲରେ ବିଏସଏଫ କ୍ୟାମ୍ପ, ପ୍ରତିଷ୍ଠା, ଗୁରିପ୍ରିୟ ସେତୁ ନିର୍ମାଣ ପରେ ବିକାଶର ଧାରା ଆଗେଚାଲିବ ସହିତ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଜିଲ୍ଲା ପ୍ରଶାସନର ସୁପରିଚାଳନା ଓ ଗ୍ରାମବାସୀଙ୍କ ଭୟକୁ ଦୂର କରିଛି। ସ୍ୱାଭିମାନ ଅଞ୍ଚଳରେ ଥିବା ବୁଥ ଗୁଡିକରେ ଲମ୍ବାଧାଡିରେ ସହ ଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ଠିଆ ହୋଇ ଭୋଟ ଦେଇଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଥିବା ଅନ୍ଦ୍ରାପଲି, ଯୋଡ଼ାମ୍ବ, ପାପରମେଟଲା, ବଡ଼ପଡ଼ା, ରାଲେଗଡା, ଗାଜଲମାମୁଡ଼ି, ଧୂଳିପୁଟ ପଞ୍ଚାୟତର ଭୋଟର ପାଇଁ ବଡ଼ପଡ଼ା ଜନବାଇ ଗୁରୁପ୍ରିୟା ସେତୁ ନିକଟରେ ୧୧ ଟି ସ୍ୱତନ୍ତ୍ର ଅସ୍ଥାୟୀ ମତଦାନକେନ୍ଦ୍ର କରାଯାଇଥିବା ବେଳେ ଅପହଞ୍ଚ ମାଓଇଲକା ଯନ୍ତ୍ରୀ, ପଣଷପୁଟ ପଞ୍ଚାୟତର ଭୋଟରମାନଙ୍କ ପାଇଁ ତୋଟାଗୁଡା ଠାରେ ୧୫ଟି ସ୍ୱତନ୍ତ୍ର ଅସ୍ଥାୟୀ ମତଦାନକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି ସବୁ ବୁଥକୁ ଶହ ଶହ ସଂଖ୍ୟାରେ ଭୋଟରମାନେ ଆସି ଭୋଟ ଦେଇଛନ୍ତି। ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଯୋଡ଼ାମ୍ବ ବୁଥରେ ସର୍ବାଧିକ ୮୫ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ସ୍ୱାଭିମାନ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଡ୍ରନକ୍ୟାମେରା ବୁଥ ଉପରେ ଉଡି ମାଓବାଦୀଙ୍କ ସ୍ଥିତି ଉପରେ ନଜର ରଖିଥିବା ବେଳେ ପାହାଡ଼ ଜଙ୍ଗଲରେ ସୀମା ସୁରକ୍ଷା ବାହିନୀ, ମାଲକାନଗିରି ଜିଲ୍ଲା ପୁଲିସ, ଏସଓଜି, ଡିଭିଏଫ ଓ ଆନ୍ଧ୍ରପ୍ରଦେଶ ଗ୍ରେହାଉଣ୍ଡ ଯବାନ ମାନେ ଫୁଟ ପେଟ୍ରୋଲିଂ ସହ କୁମ୍ବିଂ ଅପରେସନ ଚଳାଇଥିଲେ, ଶାନ୍ତିପୁର୍ଣ୍ଣ ଭାବେ ମାଓଗଡ଼ରେ ନିର୍ବାଚନ ସରିବା ପରେ ପୁଲିଙ୍ଗ ପାର୍ଟି ମାନେ ବ୍ଲକ କାର୍ଯ୍ୟଳୟ କଣ୍ଟ୍ରୋଲରୁମକୁ ଫେରିଆସି ଷ୍ଟ୍ରଙ୍ଗ ରୁମରେ ବ୍ୟାଲେଟ ବାକ୍ସକୁ ସୁରକ୍ଷିତ ଭାବେ ରଖାଯାଇଛି। ସ୍ୱାଭିମାନ ଅଞ୍ଚଳରେ ଗତ ୩ ଦିନ ହେଲା ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଚିତ୍ରକୋଣ୍ଡା ଏସ ଡି ପିଓ ଅଂଶୁମାନ ଦ୍ବିବେଦୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମିଶ୍ର, ଵାଲାଜି ପଟନାୟକ, ତହସିଲଦାର ଟି ପଦ୍ମନାଭ ଦୋରା ପ୍ରମୁଖ ଅଧିକାରୀ ଡେରାପକାଇ ନିର୍ବାଚନକୁ ସୁପରିଚାଳନା କରିଥିବା ବେଳେ ଜିଲ୍ଲାପାଳ ଵିଶାଲ ସିଂ ଓ ଏସପି ନିତେଶ ୱାଦୱାନୀ ଆଜି ଚିତ୍ରକୋଣ୍ଡା ବ୍ଲକ ସହ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ମତଦାନକେନ୍ଦ୍ରକୁ ପରିଦର୍ଶନ ସହ ଅନୁଧ୍ୟାନ କରି ସେଠାକାର ସ୍ଥିତି ପରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.