Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ସ୍ମୃତିଚାରଣ ସଭା

ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କ ସ୍ମୃତିଚାରଣ ସଭା

56

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଲେଇ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ, ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ତଥା କୃଷକ ନେତା ସ୍ୱର୍ଗତଃ ହୃଦାନନ୍ଦ ରାଉତଙ୍କର ଏକାଦଶାହ ଦିବସରେ ତାଙ୍କ ଜନ୍ମମାଟି ବଳଭଦ୍ରପୁରରେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଛି । ଏହି ସ୍ମୃତିଚାରଣ ସଭାରେ ଭଦ୍ରକ ତଥା ଜିଲା ବାହାରୁ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ସ୍ୱର୍ଗତଃ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ସମାଜ କଲ୍ୟାଣ କାର୍ଯ୍ୟ ଓ ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ଭୀମଚରଣ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭା ସ୍ୱର୍ଗତଃ ରାଉତଙ୍କ ପୁତ୍ର ମାନସ କୁମାର, ପ୍ରକାଶ କୁମାର, ଆଶିଷ କୁମାରଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ଏହି ସଭାରେ ଅତିଥିମାନେ ସ୍ୱର୍ଗତଃ ରାଉତଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ଧୂପଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଗୀତିକାର ତଥା କଣ୍ଠଶିଳ୍ପୀ ନିତ୍ୟାନନ୍ଦ ରାଉତଙ୍କ ବେଦପାଠ ଓ ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀଙ୍କ ନୃତ୍ୟଗୀତରେ ଏହି ସ୍ମୃତିଚାରଣ ସଭାଟି ଏକ ନିଆରା ରୂପ ନେଇଥିଲା । ଜଗନ୍ନାଥ ରାୟଙ୍କ ପ୍ରାରମ୍ଭିକ ସ୍ମୃତିଚାରଣ ଓ ଅତିଥି ପରିଚୟ ପ୍ରଦାନ ପରେ ଅତିଥିମାନେ ନିଜର ସ୍ମୃତି ତର୍ପଣ କରିଥିଲେ । ଦୀର୍ଘ ୪ ଘଣ୍ଟାର କାର୍ଯ୍ୟକ୍ରମ ନୃତ୍ୟ-ଗୀତ ମାଧ୍ୟମରେ ଏହି ସ୍ମୃତି ମଣ୍ଡପଟିକୁ ସଂପୂର୍ଣ୍ଣ ଭିନ୍ନ ସ୍ୱାଦର ଅନୁଭବ ଦେଇଥିଲା ।

ଭଦ୍ରକର ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ଦ୍ୱାରା ‘ଏ ମାଟିର ଗାନ୍ଧି’ ପ୍ରାଚୀର ପତ୍ରଟି ପାଠ କରାଯାଇଥିଲା । ଅତିଥିମାନଙ୍କ ମଧ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ରାଉତ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ବିଜେପି ନେତା ଅଭିମନ୍ୟୁ ସେଠୀ, ଡ. ପ୍ରଦୀପ ନାୟକ, ହେମନ୍ତ ପାଢୀ, ଶୀହର୍ଷ ସ୍ୱାଇଁ, ହୃଦାନନ୍ଦ ସେଠୀ, ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବ୍ରଜମୋହନ ରାଉତ, ସରପଞ୍ଚଙ୍କ ପ୍ରତିନିଧି ତୁଷାରକାନ୍ତି ପରିଡା, ଅଭିରାମ ସାହୁ, ଭଜଗୋବିନ୍ଦ ବଳ, ନିରଂଜନ ମଳିକ, ସୁନୀଲ କୁମାର ଲେଙ୍କା, ନିତ୍ୟାନନ୍ଦ ମଳିକ, ଜଗବନ୍ଧୁ ଦାସ, ଗୁରୁପଦ ସାହୁ, ଶିକ୍ଷାବିତ୍ ଖଗେଶ୍ୱର ଜେନା, ଶେଖର ଜେନା, ରଙ୍କ ଚରଣ ଜେନା, ବିଶିଷ୍ଟ ପାଲା ଗାୟିକା ସସ୍ମିତା ରାଉତ, ଅଲୋଳ କୁମାର ଲେଙ୍କା, ଚନ୍ଦ୍ରଶେଖର ନାୟକ, ଚାରୁଲତା ମହାପାତ୍ର, ହେମନ୍ତ କୁମାର ଜେନା, ତାପସ ରାୟ, ନିତ୍ୟାନନ୍ଦ ବେହେରା, ନବ ନିର୍ମାଣ କୃଷକ ସଂଘ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତଃ ରାଉତଙ୍କ ଜୀବନୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଏହି ଗ୍ରାମ, ରାଜ୍ୟ ତଥା ସମଗ୍ର ଦେଶ ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ସମସ୍ତେ ଶୋକାଭିଭୂତ କଣ୍ଠରେ ସ୍ମୃତିଚାରଣ କରିଥିଲେ । ପ୍ରକୃତିବନ୍ଧୁ ତଥା ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳ ମଂଚ ପରିଚାଳନା ଓ ଶିକ୍ଷକ ନେତା ବାବୁଲା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.