Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମୀ ଶତାୟୁ କମ୍ୟୁନିଷ୍ଟ ନେତା କମ୍ରେଡ ନବଘନ ସେନାପତି ଙ୍କୁ ଶ୍ରଦ୍ଧାଞ୍ଜଳୀ

ସ୍ୱାଧୀନତା ସଂଗ୍ରାମୀ ଶତାୟୁ କମ୍ୟୁନିଷ୍ଟ ନେତା କମ୍ରେଡ ନବଘନ ସେନାପତି ଙ୍କୁ ଶ୍ରଦ୍ଧାଞ୍ଜଳୀ

16

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବିଭକ୍ତ ଯଶିପୁର ଗ୍ରାମ ପଂଚାୟତ ର ସିପିଆଇ(ଏମ) ନେତା, ଓଡିଶା କୃଷକ ସଭାର ବରିଷ୍ଠ ନେତା ନବଘନ ସେନାପତି ୧୦୧ ବର୍ଷ ବୟସରେ ବାର୍ଦ୍ଧକ୍ୟତା ଯୋଗୁଁ ତାଙ୍କ ସଦାନନ୍ଦପୁର ବାସଭବନରେ ମୃତ୍ୟୁ ବରଣ କରିଛନ୍ତି । ୧୯୨୪ ମସିହାରେ ସେ ଆଙ୍କପଡା ଗ୍ରାମରେ ଜନ୍ମଗ୍ରହଣ କରି ବିପ୍ଲବୀ ବୀର ଚକ୍ରଧର ବେହେରା ଙ୍କ ସହ ମିଶି କନିକା ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିଥିଲେ । ପରବର୍ତୀ ଅବସ୍ଥାରେ ନିଳଗିରି ପ୍ରଜା ଆନ୍ଦୋଳନର ମୁଖ୍ୟ ନେତା ବନମାଳୀ ଦାସ ଙ୍କ ସଂସ୍ପର୍ଶରେ ଆସି କମ୍ୟୁନିଷ୍ଟ ପାର୍ଟି ରେ ଯୋଗଦେଇଥିଲେ । ଅବିଭକ୍ତ ଯଶିପୁର ଗ୍ରାମ ପଂଚାୟତ ଓ ନୂଆଗାଁ ଗ୍ରାମ ପଞ୍ଚାୟତ ସମେତ ଚାନ୍ଦବାଲି ବ୍ଲକର ଗରିବ ଖଟିଖିଆ ମେହନତି ମଣିଷଙ୍କ ନ୍ୟାଯ୍ୟ ଦାବି ଓ ଅଧିକାର ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ସେ ସର୍ବଦା ପହଂଚୁଥିଲେ । ଜଣେ ସରଳ, ଦୁର୍ନୀତିମୁକ୍ତ ରାଜନେତା ଭାବରେ ସେ ଚାନ୍ଦବାଲି ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ରେ ବହୁବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଓ ତାଙ୍କ ମରଶରୀରକୁ ଯଶିପୁର ଗ୍ରାମ ପଂଚାୟତ ଓ ନୂଆଗାଁ ଗ୍ରାମ ପଂଚାୟତରେ ପରିକ୍ରମା କରାଯାଇଥିଲା । ଏହି ଶବ ଶୋଭାଯାତ୍ରାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ବରିଷ୍ଠ ନେତା ରବି ପଟ୍ଟନାୟକ, ବରିଷ୍ଠ ନେତା ଅଭିରାମ ବଳ, ଚାଷୀ ନେତା ଜୟୀରାମ ଦାସ, ଇଂ କାହ୍ନୁ କିଶୋର ସାହୁ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା,କମ୍ୟୁନିଷ୍ଟ ନେତା ରମାକାନ୍ତ ବେହେରା, ସିପିଆଇ(ଏମ) ଯଶିପୁର ଶାଖା ସଂପାଦକ ଦିବାକର ସେନାପତି, ଚାଷୀ ନେତା ଅମୂଲ୍ୟ ନାୟକ, ଯଶିପୁର ଗ୍ରାମ ପଂଚାୟତ ର ପୂର୍ବତନ ସରପଂଚ ଲକ୍ଷ୍ମଣ ଯେନା, ଯଶିପୁର ଗ୍ରାମ ପଂଚାୟତର ସମିତି ସଭ୍ୟ ଶ୍ରୀବାସ ଦାସ, ଯୁବନେତା ପ୍ରବୀର ମଲ୍ଲିକ, ଭାସ୍କର ଦାସ, ବିଜେଡି ନେତା ମଣିଚରଣ ବାରିକ୍‌, ଯୁବ କଂଗ୍ରେସ ନେତା କିଶୋର ବେହେରା, ସମାଜସେବୀ ଅମୂଲ୍ୟ ବାରିକ୍‌, ମହିଳା ନେତ୍ରୀ ପ୍ରତିଭା ପଣ୍ଡା, ପୂର୍ବତନ ବ୍ୟାଙ୍କ ଅଫିସର ରବୀନ୍ଦ୍ର ପଣ୍ଡା, ସିପିଏମ୍ ନେତ୍ରୀ ରଞ୍ଜିତା ସେନାପତି, ଦଳିତ ନେତା ଅଞ୍ଜନ ଦାସ ପ୍ରମୁଖ ସାମିଲ ହୋଇ ସଂଗ୍ରାମୀ ନବଘନ ସେନାପତି ଙ୍କ ଅମ୍ଳାନ ସ୍ମୃତି ପ୍ରତି ବୈପ୍ଳବିକ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଓ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଶେଷରେ ତାଙ୍କୁ ତାଙ୍କ ଘରବାଡି ରେ ସମାଧି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.