Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ପ୍ରାପ୍ତିରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିଲା, ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଭଦ୍ରକ...

ସ୍ୱାଧୀନତା ପ୍ରାପ୍ତିରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିଲା, ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଭଦ୍ରକ ଜିଲ୍ଲା ସମ୍ମିଳନୀ

2

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ(ଏବିଆରଏସଏମ୍‌)ର ଭଦ୍ରକ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଶହୀଦ ସ୍ମୃତି ଭବନ ପରିସରରେ ଆୟୋଜିତ ହୋଇଛି। ସଭାପତି ବିମ୍ବାଧର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ବିଧାୟକ ଶୀତାଂଶୁ ଶେଖର ମହାପାତ୍ର,ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ବିଶିଷ୍ଟ ଅତିଥି ଏ.ବି.ଆର.ଏସ.ଏମର ପ୍ରାନ୍ତ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,ବରଣ୍ୟ ଅତିଥି ପ୍ରାନ୍ତ ସାଧରଣ ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ,ସମ୍ମାନିତ ଅତିଥି ବାଲେଶ୍ୱର ସହ ବିଭାଗ ସଙ୍ଘ ଚାଳକ ପାର୍ଥ ସାରଥୀ ଦାଶ,ଶିକ୍ଷାବିତ କରୁଣାକର ବାରିକ,ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ଯୋଗ ଦେଇ ଭାରତର ସ୍ୱାଧୀନତା ପ୍ରାପ୍ତିରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିଲା ଏବଂ ଶିକ୍ଷକମାନେ ରାଷ୍ଟ୍ର ନିର୍ମାଣ ଦିଗରେ ବ୍ରତୀ ହୋଇ ଏକ ବିକଶିତ ଭାରତବର୍ଷ ଗଠନ ପାଇଁ ଯତ୍ନବାନ ହେବାକୁ ଆହ୍ୱାନ ଦେବା ସହିତ ଶିକ୍ଷକମାନଙ୍କର ସମସ୍ୟାକୁ ସରକାର ଗୁରୁତର ଭାବେ ନେଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ସଂଗଠନ ସମ୍ପାଦକ ମନୋଜ କୁମାର ଦୀକ୍ଷିତ ମଂଚ ଆହ୍ୱାନ,ଦୈତାରୀ ଦୀକ୍ଷିତ ବେଦ ପାଠ ଓ ଚାନ୍ଦବାଲି ବ୍ଲକ ସଭାପତି ଅମୁଲ୍ୟ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଏହି ଅବସରରେ ବାସୁଦେବପୁର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା,ଭଦ୍ରକ ବ୍ଲକର ପ୍ରଶାନ୍ତ କୁମାର ଦାଶ,ଭଣ୍ଡାରିପୋଖରୀ ବ୍ଲକର ଝୁନାରାଣୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବସ ବ୍ୟାପି ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୁବ୍ରତ କୁମାର ନାୟକ,ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ,ସମାଜସେବୀ ଶରତ ପଢିହାରୀ,ଶିକ୍ଷୟିତ୍ରୀ କ୍ରୀଷ୍ଣାରାଣୀ ଧୁପାଳ, କୁଳପ୍ରଭା ସୁଆର, ପ୍ରଣୀତା ପଲ୍ଲାର, ତପସ୍ୱିନୀ ବାରିକ,ଶିକ୍ଷକ ଶ୍ରୀଧର ପଣ୍ଡା, ସୁଧାଂଶୁ ଜେନା,ପ୍ରଦୀପ ବାରିକ,ସୁବାସ ବେହେରା,ସମର ପରିଡା,ଉମାକାନ୍ତ ସାହୁ, ପୁଷ୍ପକ ଭାରତୀ ପ୍ରମୁଖ ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.