Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ପରେ ବି ଧାମନଗର-ଫଳପୁର ରାସ୍ତାର ଭାଗ୍ୟ ପରିବର୍ତନ ହେଉନି, ସାମାନ୍ୟ ବର୍ଷାରେ ରାସ୍ତାରେ ଗମନା...

ସ୍ୱାଧୀନତା ପରେ ବି ଧାମନଗର-ଫଳପୁର ରାସ୍ତାର ଭାଗ୍ୟ ପରିବର୍ତନ ହେଉନି, ସାମାନ୍ୟ ବର୍ଷାରେ ରାସ୍ତାରେ ଗମନା ଗମନ ବନ୍ଦ

13
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଦାନା ର ପ୍ରଭାବରେ ଏହି ଜିଲାର ଧାମନଗର ବ୍ଲକରେ ୩୧ ପଂଚାୟତ ର ପ୍ରାୟ ୨୨ ପଂଚାୟତ ରେ ଚାଷ ଜମି ରେ ଅତ୍ୟଧିକ ବର୍ଷା ଦ୍ୱାରା ଚାଷ ଜମିରେ ଏବେ ବର୍ଷା ଜଳ ଭରପୁର ହୋଇଯାଇଛି। ଅନେକ ରାସ୍ତା ରେ ମଧ୍ୟ ବର୍ଷାଜଳ ଲହଡ଼ି ମାରୁଛି।ସବୁଠାରୁ ବଡ କଥା ହେଲା ସ୍ୱାଧୀନତାର ପରେ ମଧ୍ୟ ଧାମନଗର – ଫଳପୁର ରାସ୍ତା ସ୍ୱାଧୀନତା ପାଇ ପାରିଲାନାହିଁ । ନେତା ପରେ ନେତା ବଦଳିଛନ୍ତି। ସରକାର ପରେ ସରକାର ବଦଳୁଛନ୍ତି ମାତ୍ର ଉକ୍ତ ରାସ୍ତା ର ଭାଗ୍ୟ ବଦଳି ନାହିଁ । ସବୁଠାରୁ ବଡ ଦୁଃଖ ଉକ୍ତ ରାସ୍ତା ର ଘୋଷରା ସମସ୍ୟା । ଉକ୍ତ ରାସ୍ତା ର ବନ୍ୟା ଓ ବର୍ଷା ଜଳ ନିଷ୍କାସନ ପାଇଁ ୫ ଟି ଘୋଷରା ଥିବା ବେଳେ ୨ ଟି ଘୋଷରା ପୋତା ଯାଇଥିବା ବେଳେ ଆଉ ଦୁଇଟି ସ୍ଥାନ ରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରାଯାଇଛି । ହେଲେ ଧାମନଗର ରୁ ମାତ୍ର ୨ କିଲୋମିଟର ପରେ ଏକ ଘୋସରା ଟି ଏବେବି ସେପରି ରହିଥିବାରୁ ଲୋକ ଙ୍କ ଯାତାୟାତ ରେ ଘୋର ଅସୁବିଧା ସୃଷ୍ଟି ହେଉଛି। ତିନି ଦିନ ହେବ ଅନବରତ ବର୍ଷା ଯୋଗୁଁ ଉକ୍ତ ଘୋଷରା ସମେତ ପ୍ରାୟ ୨ କିଲୋମିଟର ରାସ୍ତା ଉପରେ ଆଂଠୁଏ ପେଟେ ପାଣି ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ୬ ପଂଚାୟତ ର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯୋଗା ଯୋଗ ବିଛିନ୍ନ ହୋଇଛି।ଜରୁରୀ କାଳୀନ ସେବା ତୁରନ୍ତ ଯାଇ ପାରୁନି। ଉକ୍ତ ଅଂଚଳ ର ଲୋକ ମାନେ ଦୋବଲ ଓ ଧୂସୁରୀ ଦେଇ ଲୋକ ମାନେ ବ୍ଲକ ,ତହସିଲ ଓ ଡ଼ାକ୍ତର ଖାନା ଆସୁଛନ୍ତି।୨୦୦୬ ରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇ ଥିଲେ ମଧ୍ୟ ଏ ଯାଏ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ବରଂ ପ୍ରତିବର୍ଷ ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଛି।ନିକଟରେ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିର୍ଦେଶ ରେ ଉକ୍ତ ରାସ୍ତା ମରାମତି ପାଇଁ ପୂର୍ତ ବିଭାଗ କାମ କରିଥିଲା।ଏବେ ତାହା ଧୋଇ ଗଲାଣି।ତେବେ ଉକ୍ତ ରାସ୍ତା ରେ ଥିବା ଘୋଷରା କୁ ଉଚ୍ଚା କରିବା କିମ୍ୱା ସେଠାରେ ଏକ ପୋଲ ନିର୍ମାଣ ସହିତ ଧାମନଗର ଠାରୁ ବରକୂଳ ମାହାରା ପର‌୍ୟ୍ୟନ୍ତ ରାସ୍ତା କୁ ଉଚ୍ଚା କଲେ ଯାତାୟତ ଅସୁବିଧା ହେବନାହିଁ । ଏ ଦିଗରେ ବିଭାଗୀୟ ଅଧିକାରି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉକ୍ତ ଅଂଚଳ ର ନିତ୍ୟନନ୍ଦ ଘଡାଇ,ରଜତ ପଣ୍ଡା, ବିରଜା ରାଉତ, କୀଶୋର ତ୍ରିପାଠୀ,ହେମନ୍ତ ସାହୁ, ପ୍ରଭାତ ପଣ୍ଡା, ରାମ ଚନ୍ଦ୍ର ସାହୁ ପ୍ରମୁଖ ଦାବି କରିଚନ୍ତି। ଉକ୍ତ ରାସ୍ତା ଟି ଗ୍ରାମ ଊନୟନ ବିଭାଗ ରେ ଥିଲା ପରବର୍ତୀ ସମୟରେ ପୂର୍ତ ବିଭାଗ କୁ ହସ୍ତାନ୍ତର ହୋଇ ଥିବାରୁ କାର୍ଯ୍ୟ ମରାମତି ରେ ବାଧା ସୃଷ୍ଟି ହୋଇଚି ତେବେ ଖୁବ ଶୀଘ୍ର ସମସ୍ୟା ର ସମାଧାନ ହେବ ବୋଲି ବିଭାଗୀୟ ଅଧିକାରି କହିଚନ୍ତି।ତେବେ ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ମଧ୍ୟ ଅଂଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.