Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସ ପାଳନ ପାଇଁ ବସିଲାନି ପ୍ରସ୍ତୁତି ବୈଠକ

ସ୍ୱାଧୀନତା ଦିବସ ପାଳନ ପାଇଁ ବସିଲାନି ପ୍ରସ୍ତୁତି ବୈଠକ

108

ନୟାଗଡ଼, ୧୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଚଳିତ ବର୍ଷ କରୋନା କଟକଣା ଭିତରେ ପାଳନ ହେବ ୭୪ତମ ସ୍ୱାଧୀନତା ଦିବସ। ଜିଲା ସଦର ମହକୁମାରେ ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ରାଜ୍ୟ ମନ୍ତ୍ରୀ ସୁଦାମ ମାରାଣ୍ଡି। କୋଭିଡ୍‌-୧୯ କଟକଣା ମଧ୍ୟରେ ସୀମିତ ଲୋକଙ୍କ ମଧ୍ୟରେ ସ୍ଥାନୀୟ ପିଟିଏସ୍ ଗ୍ରାଉଣ୍ଡ ମଧ୍ୟରେ ପାରମ୍ପରିକ ରୀତିରେ ପାଳନ ହେବ ଏହି ଦିବସ। ହେଲେ ସ୍ୱାଧନତା ଦିବସ ପାଳନ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏଯାଏଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତିକୁ ନେଇ ବସିଲାନି ପ୍ରସ୍ତୁତି ବୈଠକ। ବିଭିନ୍ନ ଜିଲାରେ ଏପରିକି ବିଭିନ୍ନ ବ୍ଳକରେ ସ୍ୱାଧୀନତା ଦିବସ ପାଳନ ହେବାକୁ ନେଇ ପ୍ରସ୍ତୁତି ବୈଠକ ବସୁଛି। ଏବଂ ସୀମିତ ଲୋକଙ୍କ ମଧ୍ୟରେ କିପରି ନିରାଡ଼ମ୍ବର ସହକାରେ ପାଳିତ ହେବ ତାହାକୁ ନେଇ ବିଭିନ୍ନ ବିଚାର ବିମର୍ଷ ଚାଲୁଛି। ହେଲେ ଏଯାଏଁ ନୟାଗଡ଼ ଜିଲାପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ବସିଲାନି। ଯାହାକୁ ନେଇ ବିଭିନ୍ନ ମହଲରେ ଏହି ଆଲୋଚନା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.