Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସ ଓ ତ୍ରିରଙ୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ

ସ୍ୱାଧୀନତା ଦିବସ ଓ ତ୍ରିରଙ୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ

6

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ଓ ତ୍ରିରଙ୍ଗା ମହୋତ୍ସବ ପାଳନ ନିମନ୍ତେ ଭଦ୍ରକ ଜିଲା ପ୍ରଶାସନ ଆନୁକୂଲ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବେ। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ରୀଡାଙ୍ଗନରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ୟାରେଡ କାର୍ଯ୍ୟକ୍ରମ ସହ ସାଂସ୍କୃତିକ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହେବ। ସକାଳ ୯.୧୫ ମିନିଟ୍ ସମୟରେ ପତାକା ଉତୋଳନ ପରେ ମୁଖ୍ୟଅତିଥି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ରୋଗୀମାନଙ୍କୁ ଫଳ ବଂଟନ କରିବା ସହିତ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେବେ। ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ସେଠାରେ ସ୍ୱାଧୀନତା ସଂଗ୍ରାମୀ ଓ ଯାତ୍ରା ସମ୍ରାଟ ସ୍ୱର୍ଗତଃ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର ପ୍ରଦାନ କରିବେ। ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ଦିବସ ଭିତିକ କାର୍ଯ୍ୟକ୍ରମ ତ୍ରିରଙ୍ଗା ମହୋତ୍ସବ ସହୀଦ ସ୍ମୃତି ଭବନରେ ଅପରାହ୍ନ ୫ ଘଟିକାରୁ ଅନୁଷ୍ଠିତ ହେବ। ସାଧାରଣ ସଭା, ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ସହ ଆକର୍ଷଣୀୟ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାର୍ତିକନାଥ ମଣ୍ଡଳଙ୍କ ପରିଚାଳନରେ ସମସ୍ତ ପ୍ରସ୍ତୁତିର ରୂପରେଖ ଚୂଡାନ୍ତ ହୋଇଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ଦିବସ ଭିତିକ ସମସ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେଇ ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବା ପାଇଁ ଜିଲାବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.