Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସ ଉପଲକ୍ଷେ ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା

ସ୍ୱାଧୀନତା ଦିବସ ଉପଲକ୍ଷେ ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା

12

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୭୯ତମ ସ୍ୱାଧୀନତା ଦିବସ ଉପଲେକ୍ଷ ଭଦ୍ରକ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ସାଳନ୍ଦୀ ନର୍ସିଂ ସ୍କୁଲ, ସାଳନ୍ଦୀ ହସ୍‌ପିଟାଲ, ଭଦ୍ରକ ଓ ଭଦ୍ରକ ରୋଟାରୀ କ୍ଲବ ଆନୁକୁଲ୍ୟରେ ବିଦ୍ୟାଳୟସ୍ତରୀୟ ଲିଖିତ ସାଧାରଣ ଜ୍ଞାନ, ଦେଶାତ୍ମବୋଧକ ସଂଗୀତ ଓ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତି ଭବନ ଠୋର ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସାଳନ୍ଦୀ ନର୍ସିଂ ସ୍କୁଲ ଆନୁକୁଲ୍ୟରେ ଅନୁଷ୍ଠିତ ଲିଖିତ ସାଧାରଣ ଜ୍ଞାନ ପ୍ରତେିଯାଗୀତାରେ କନିଷ୍ଠ ଓ ବରିଷ୍ଠ ବିଭାଗର ୭୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସୀତାକାନ୍ତ ଦାସ ଓ ଡାକ୍ତର ପ୍ରଭାସ କୁମାର ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ କାତିକନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉକ୍ତ ପ୍ରତିଯୋଗିତାରେ ‘କ’ ବିଭାଗରୁ ଜ୍ୟୋତି କନେଭଂଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ବିସ୍ମୟ ବିଭୋର ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କାର୍ମେଲ ସ୍କୁଲ, ଭଦ୍ରକର ଅଷ୍ଟମ ଶ୍ରେଣୀର ଛାତ୍ର କ୍ରିଷ୍ଣା କେଶବ ପାଣିଗ୍ରାହୀ ଦ୍ୱିତୀୟ ସ୍ଥାନ ଏବଂ ଆର.ସି.ବି.ଏଲ୍ ହାଇସ୍କୁଲ, ଚରମ୍ପାର ଅଷ୍ଟମ ଶ୍ରେଣୀର ଛାତ୍ର ଅଂଶୁମାନ ଶୁକ୍ଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହପରି “ଖ” ବିଭାଗର ସେଂଟ ଜାଭିୟର ସ୍କୁଲର ନବମ ଶ୍ରେଣୀ ଛାତ୍ର ଶ୍ରେୟାଂଶ ମିଶ୍ର ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗର ନବମ ଶ୍ରେଣୀ ଛାତ୍ର ଅଭିଜ୍ଞାନ ସାହୁ ଦ୍ୱିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସନ୍ଥପୁରା, ତିହିଡ଼ିର ନବମ ଶ୍ରେଣୀ ଛାତ୍ର ଶାସ୍ୱତ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସାଳନ୍ଦୀ ହସ୍‌ପିଟାଲ ଆନୁକୂଲ୍ୟରେ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗୀତା ଦୁଇଟି ବିଭାଗରେ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଶିଷ୍ଟ ସଂଗୀତ ଗୁରୁ ରାମ ନାରାୟଣ ମହାନ୍ତି, ଜଗନ୍ନାଥ କର, ରମାକାନ୍ତ ଜେନା, ମନୋଜ କୁମାର ପଣ୍ଡା, ରମେଶ ଚନ୍ଦ୍ର ରାୟ, ବିଭୁତି ଶେଖର ପଣ୍ଡା ବିଚାରକ ଭାବରେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗୀତାରେ ‘କ’ ବିଭାଗରେ ଗିରୀଧାରୀ ପଣ୍ଡା ଉଚ୍ଚବିଦ୍ୟାପୀଠର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଷ୍ପୁ ।ଞ୍ଜଳୀ ସାହୁ ଏବଂ ଜାଗୁଳାଇ ୟୁ.ପି. ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ଦିବ୍ୟଜ୍ୟୋତି ବିନ୍ଧାଣୀ ଯୁଗ୍ମ ଭାବରେ ପ୍ରଥମ ହୋଇଥିବାବେଳେ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୂଆବଜାର ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ବାରିକ ଦ୍ୱିତୀୟ ସ୍ଥାନ ଓ ଜାଗୁଳାଇ ନୋଡ଼ାଲ ୟୁ.ପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ‘ଖ’ ବିଭାଗରେ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୂଆବଜାର ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ହିମାଦ୍ରୀ ତନୟା ପଣ୍ଡା ପ୍ରଥମ, ପଂଚାୟତ ସରକାରୀ ହାଇସ୍କୁଲ, ବେତଡ଼ା ନବମ ଶ୍ରେଣୀ ଛାତ୍ର ସାଇ ବିସ୍ମୟ ପାଢ଼ୀ ଦ୍ୱିତୀୟ ଏବଂ ଭଣ୍ଡାରି ପୋଖରୀ ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ମନିସା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚଳିତ ବର୍ଷ ସ୍ୱାଧୀନତା ଦିବସ ଉପଲେକ୍ଷ ୪ ତାରିଖ ରୁ ଆରମ୍ଭ କରି ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗୀତା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଆସୁଅଛି। ୪ ତାରିଖ ଦିନ ରୋଟାରୀ କ୍ଲବ, ଭଦ୍ରକ ଆନୂକୁଲ୍ୟରେ ଦୁଇଟି ବିଭାଗରେ ବକ୍ତୃତା (ଓଡ଼ିଆ ଏବଂ ଇଂରାଜୀ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ‘କ’ (ଷଷ୍ଠ, ସପ୍ତମ ଓ ଅଷ୍ଟମ) ଏବଂ ‘ଖ’(ନବମ ଓ ଦଶମ) ଶ୍ରେଣୀଭୁକ୍ତ କରାଯାଇ ପ୍ରତେିଯାଗିତାର ଅୋୟାଜନ କରାଯାଇଥିଲା। ପ୍ରତିଯୋଗିତୋର ବିଚାରକ ଭାବେ ଗୋଲକ ସାହୁ, ଶଶଧର ଦାସ, ରାମଚନ୍ଦ୍ର ପଣ୍ଡା, ରାଧାରାଣୀ ମହାପାତ୍ର, ଅଟଳ ବିହାରୀ ନାୟକ ଓ ପ୍ରଫୁଲ୍ଲ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଅପରାହ୍ନ ୫ ଘଟିକା ସମୟରେ ସହୀଦ ସ୍ମୃତି ଭବନ (ଟାଉନ ହଲ) ଠାରେ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ଉତ୍ସବରେ ପ୍ରତିଯୋଗୀତାରେ କୃତି ଛାତଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ଦାୟିତ୍ୱରେ ଥିବା ସହେଯାଗୀ ଜିଲ୍ଲାପାଳ କାତିକନାଥ ମଣ୍ଡଳଙ୍କ ତତ୍ୱାବଧାନରେ ସାଳନ୍ଦୀ ହସ୍‌ପିଟାଲ, ଭଦ୍ରକର କମର୍ଚାରୀମାନେ ପ୍ରତିଯୋଗୀତା ପରିଚାଳନାରେ ସମସ୍ତ ସହେଯାଗ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.