Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଟ୍ରଷ୍ଟ କମିଟି କଲେଇ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ସ୍ୱାଧୀନତା ଟ୍ରଷ୍ଟ କମିଟି କଲେଇ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

23

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଦିବଂଗତ ହୃଦାନନ୍ଦ ରାଉତ ନିଜ ଜୀବଦ୍ଦଶାରେ ଭିକ୍ଷାବୃତି କରି ଦୀର୍ଘ ୭୫ ବର୍ଷ ଧରି ଆମ ଦେଶର ସ୍ୱାଧୀନତା ଦିବସକୁ ଯେଭଳି ରାଜ୍ୟସ୍ତରୀୟ ପାଳନ କରିଆସୁଥିଲେ, ତାହା ତାଙ୍କୁ ଆଜି ଅମର କରି ରଖିଛି। ଏବଂ ସେ ଭଦ୍ରକ ଜିଲା ସମେତ ଯେଭଳି ରାଜ୍ୟସ୍ତରର କୃତି ପ୍ରତିଭାମାନଙ୍କୁ ବଣମଲ୍ଲୀ ପରି ସାଉଁଟି ପୁରସ୍କୃତ କରାଉଥିଲେ, ତାହାକୁ ଆଜିର ଯୁବ ପିଢି ପାଥେୟ କରିବା ଉଚିତ୍ ବୋଲି ସ୍ୱାଧୀନତା ଉତ୍ସବ ଟ୍ରଷ୍ଟ କମିଟି କଲେଇ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। କ୍ଷେତ୍ରବାସୀ ହାଇସ୍କୁଲ ପରିସରରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଭୀମଚରଣ ପରିଡା ପରିଚାଳନା କରିଥିବାବେଳେ ଶିକ୍ଷାବିତ୍ ବାବୁଲା ରାଉତ ଉତ୍ସବର ସଂଚାଳନା କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ ଦେଶ ସ୍ୱାଧୀନ ହେବାରେ ମହାପୁରୁଷମାନଙ୍କ ବଳିଦାନକୁ ମନେ ପକାଇବା ସହ କଲେଇର ଗାନ୍ଧୀ ଦିବଂଗତ ହୃଦାନନ୍ଦ ଯେଭଳି ଭାବେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲେ, ଆମେ ତାକୁ ସାକାର କରିପାରିଲେ ତାହାହିଁ ତାଙ୍କ ପ୍ରତି ଉଚିତ୍ ସମ୍ମାନ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ଯୁବ ସମାଜସେବୀ ଅସିତ୍ ପଟ୍ଟନାୟକ, ସମାଜସେବୀ ରାଧାକାନ୍ତ ସାମଲ, ପୂର୍ବତନ ଜିଲା ପରିଷଦ ସଭ୍ୟ ସରୋଜ ନାୟକ, କୃଷି ବୈଜ୍ଞାନିକ ତଥା କୃଷି କବି ଅରୁଣ ପାତ୍ର, ଶିଳ୍ପପତି ଇଂ ଅଭୟ ସୂତାର, ରାଜୀବ ମେଡିକେୟାର ର ପରିଚାଳନା ନିର୍ଦ୍ଦେଶକ ମାନସ କୁମାର ଜେନା, ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶିବ ଚରଣ ଖାମୁରାଇ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ହାଇକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଅମ୍ବୁଜ ପରିଡା, ସ୍ଥାନୀୟ ବରିଷ୍ଠ ନାଗରିକ ମଂଚର ସଭାପତି ଜଗନ୍ନାଥ ରାୟ, ସରପଂଚ ନିରଞ୍ଜନ ମଳିକ, ପୂର୍ବତନ ସରପଂଚ ପ୍ରତିନିଧି ତୁଷାରକାନ୍ତି ପରିଡା, ଅଭିରାମ ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ସରୋଜ ନାୟକ, ଭୂମିକନ୍ୟାର ସଭାପତି ସଂଯୁକ୍ତା ବଳ ନାୟକ, ପୂର୍ବତନ ସମିତି ସଭ୍ୟ ନିତ୍ୟାନନ୍ଦ ବେହେରା, ସମାଜସେବୀ ଦୀପକ ନାୟକ, ଶିକ୍ଷାବିତ୍ ଶଙ୍କର୍ଷଣ ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହାପରେ ଉତ୍କଳ ନୃତ୍ୟ ତରଙ୍ଗର ନିର୍ଦ୍ଦେଶକ କାହ୍ନୁଚରଣ ସାହୁଙ୍କ ନିର୍ଦ୍ଦେଶନାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଦୁଇ ନୃତ୍ୟ ଶିଳ୍ପୀ ସୌମ୍ୟା ପ୍ରିୟଦର୍ଶନୀ ପତି ଓ ସ୍ନେହାଶିଷ ନାୟକ ଓ ଡ. ଶୁଭମ୍ ପ୍ରଧାନଙ୍କ ସମେତ ଶିକ୍ଷା, କୃଷି, ସମାଜସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବହୁ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଇଂ ତାପସ ରାୟ, ସମାଜସେବୀ ପ୍ରସନ୍ନ ପ୍ରଧାନ, ପ୍ରକାଶ ଚନ୍ଦ୍ର ରାଉତ, ଆଶିଷ ରାଉତ, ପୂର୍ବତନ ଶିକ୍ଷକ ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.