Home କନ୍ଧମାଳ ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ :୧୬ଟି ଦଳ ଭାଗ ନେବେ

ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ :୧୬ଟି ଦଳ ଭାଗ ନେବେ

150

ବାଲିଗୁଡା, ୬/୮.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ରବିବାର ୪ତାରିଖ ଠାରୁ ୧୫ତାରିଖ ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଏହି ଅବସରରେ ରବିବାର ପ୍ରଥମ ଦିନ ର ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଉପସଭାପତି ସେକ ସାଦିକ, ସମ୍ପାଦକ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ କୁ ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନ ର ପ୍ରଥମଖେଳ ରେ ବି. ଏମ. କ୍ଲବ ବନାମ ଦୂରୁକୁପୁଡା ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ୪-୦ ଗୋଲ ରେ ଦୂରୁକୁପୁଡା ଦଳ ବିଜୟୀ ହୋଇଥିଲା ଅପରାହ୍ନ ରେ ଦ୍ୱିତୀୟ ଖେଳ ରେ ଅତିଥି ଭାବେ ଟାଉନ ର ବରିଷ୍ଠ କ୍ରୀଡା ବିତ ଉମେଶ ଚନ୍ଦ୍ର ମୁଖି ଯୋଗ ଦେଇ ଉଦଘାଟନ କରିଥିଲେ। ଏହା ସାଇନପଡା ବନାମ ମାଣିକୁଟି ମଧ୍ୟରେ ଅନୁଷ୍ଠିତ ହୋଇ ସାଇନପଡା ଦଳ ୨-୦ଗୋଲ ରେ ବିଜୟୀ ହୋଇଥିଲା। ୧୨ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା ରେ ବାଲିଗୁଡା ତଥା ଏହାର ଆଖପାଖ ଅଂଚଳ ର ୧୬ ଟି ଦଳ ଭାଗ ନେଉଥିବା ବେଳେ ପ୍ରତିଦିନ ଦୁଇଟି ଲେଖାଏଖେଳ ଅନୁଷ୍ଠିତ ହେବ। ପ୍ରଥମ ଦିନ ର ଏହି ଖେଳ କୁ ବିରୂପାକ୍ଷ କହର, ରାମ ପତି ପାତ୍ର, ଟାର୍ଜନ ଦିଗାଲ, ଭାଗବତ ପାଣ୍ଡେ, ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁମାର ସାହୁ, ତୀର୍ଥ ବାସି ଘଡେଇ, ରଞ୍ଜନ କୁମାର ନାୟକ, ସୂର୍ଯ୍ୟ ନାରାୟଣ ସୁଆର, ବିରେନ ପ୍ରଧାନ, ଗଙ୍ଗାଧର ପଣ୍ଡା, ଏଲିଆସ ଦିଗାଲ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.