ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର ଗତ ନାଲଗୁଣ୍ଡା ପଂଚାୟତ ରାମପୁର ଗ୍ରାମର ବିକଳ ଚିତ୍ର।ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଓଡ଼ିଶାର ପ୍ରଥମ ଭୁଦାନ ଗ୍ରାମ ରାମପୁର ଆଜିଯାଏ ସବୁଦିନିଆ ରାସ୍ତାରୁ ବଂଚିତ।ଗ୍ରାମ୍ୟ ଉନୟନ ଅଧୀନରେ ଥିବା ଏହି ରାସ୍ତା ଟି ଦାସିଆବସା ଠାରୁ ରାମପୁର ୫ କିମି ରାସ୍ତା ଟି ପୁରା ମାଟି କାଦୁଅରେ। “ସ୍ୱାଧୀନତାର ୭୮ ବର୍ଷ ହେଲା, କିନ୍ତୁ ଏହି ଗ୍ରାମ ଆଜିବି ଉନ୍ନତିର ସ୍ପର୍ଶ ପାଇନାହିଁ। ସବୁଦିନିଆ ରାସ୍ତା ନାହିଁ, ପାନୀୟ ଜଳ ବେବସ୍ଥା ନାହିଁ, ସ୍ୱସ୍ଥା ପାଇଁ ମୌଳିକ ସୁବିଧା ମଧ୍ୟ ନାହିଁ ଏହା ଦେଶର ଅଗ୍ରଗତି ପ୍ରତି ଏକ ପ୍ରଶ୍ନଚିହ୍ନ।”ରୋଗୀମାନେ ଶିକା ଓ ଭାରରେ ଉଠାଇ ହସ୍ପିଟାଲକୁ ନେବାକୁ ପଡ଼ୁଛି।ଗ୍ରାମବାସୀମାନଙ୍କ କଥା ଅନୁସାରେ, ପଛଲା କିଛି ଦଶକ ଧରି ରାସ୍ତା ନିର୍ମାଣ ପାଇଁ ଅନେକଥର ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ପ୍ରଶାସନର ଧ୍ୟାନ ଆକର୍ଷିତ ହୋଇନି। ବର୍ଷା ସମୟରେ ଗ୍ରାମର ସଂଯୋଗ ପୂରାପୂରି ବିଛିନ୍ନ ହୋଇଯାଏ।ଗ୍ରାମବାସୀମାନେ କହୁଛନ୍ତି, ବର୍ଷା ସମୟରେ ଗ୍ରାମକୁ ପହଞ୍ଚିବା ଅସମ୍ଭବ ହୋଇଯାଏ। ଶୁଦ୍ଧ ପାଣି ନ ଥିବାରୁ ଲୋକମାନେ ରୋଗରେ ପୀଡ଼ିତ ହେଉଛନ୍ତି,ରାସ୍ତା ନଥିବା କାରଣରୁ ସ୍କୁଲ କୁ ସବୁ ଦିନ ଶିକ୍ଷକ ଆସୁନାହାନ୍ତି।ପୁରୁଷ ପୁରୁଷ ଧରି ମାଟି କାଦୁଅ ରାସ୍ତା ପାଲଟିଛି ଗାଁ ଲୋକଙ୍କ ସାହା ଭରଷା। ତେଣୁ ରାସ୍ତା ପାଇଁ ବହୁ ହଇରାଣ ହରକତ ହେବାକୁ ପଡୁଛି। ରାମପୁର ଗାଁ ର ଲୋକସଂଖ୍ୟା ଏକ ହଜାର ରୁ ଉର୍ଦ୍ଧ। ଗାଁ ରେ ରାସ୍ତା, ପିଇବା ପାଣି ଭଳି ବିଶେଷ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ବେଳେ ଏହି ସମସ୍ୟା ର ସମାଧାନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗାଁ କୁ ପାଇପ ବିଛା ଯାଇଛି ହେଲେ ପାଇପ ପାଣି ଯାଉନି ଯେଉଁ ନଳକୂପ ଅଛି ତାହା ପ୍ରଯ୍ୟାପ୍ତ ହେଉନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ରାସ୍ତା ଟି ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ ଥିବା ବେଳେ ବିଭାଗୀୟ ଅଧିକାରୀ ନଜର ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। ଖରା ଦିନରେ ଯେମିତି ବି ହେଉ ଯା ଆସ କରିହେଉଛି କିନ୍ତୁ ବର୍ଷା ଦିନ ଆରମ୍ଭ ରୁ ଲୋକମାନେ ପାଣି କାଦୁଅ ରେ ପଶି ଯାଆଶ କରୁଛନ୍ତି। ଏମିତିକି ଦୁଇ ଚକିଆ ଗାଡ଼ି ଗାଁ ଜୁ ନଯାଇ ଗାଁ ମୁଣ୍ଡରେ ଗୋଡ଼ା ହୋଇ ରହୁଥୁବା ଦେଖିବାକୁ ମିଳିଛି। ଏନେଇ ସମାଜସେବୀ ପ୍ରଫୁଳ ଦାସ କହିଛନ୍ତି ସ୍ୱାଧୀନତାର ଦଶନ୍ଦୀ ପରେ ମଧ୍ୟ ଓଡ଼ିଶାର ପ୍ରଥମ ଭୁଦାନ ଗ୍ରାମ ଆଜିଯାଏ ସବୁଦିନିଆ ରାସ୍ତାରୁ ବଂଚିତ ରହିଛି, ଏହା ଦୁଃଖଦ ଏବଂ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ତତ୍କାଳ ହସ୍ତକ୍ଷେପ କରି ଏହି ଅଂଚଳକୁ ମୌଳିକ ସୁବିଧା ଯୋଗାଇବାକୁ ଆହ୍ୱାନ କରିଛନ୍ତି।ଗ୍ରାମ୍ୟ ଉନୟନ ବିଭାଗର ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ନାୟକ ଙ୍କୁ ଏହା ବିଷୟରେ ପଚାରିବାରୁ କହିଛନ୍ତି ମୁଁ ନୂତନ ଭାବେ ଆସିଛି, ଏହି ରାସ୍ତା ବିଷୟରେ ବୁଝା ବୁଝି କରି ତୋରିତ ପ୍ରଦକ୍ଷପ ଗ୍ରହଣ କରିବି।








