Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୭ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୭ତମ ଶ୍ରାଦ୍ଧ ବାର୍ଷିକ ପାଳିତ

7

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ଓ ପୂର୍ବତନ ସାଂସଦ ସ୍ୱର୍ଗତ ମହମ୍ମଦ ହନିଫ୍ ଓରଫ ମାଷ୍ଟରଜୀଙ୍କ ୫୭ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ସକାଳ ୮.୩୦ ମିନିଟ ସମୟରେ ପୁରୁଣାବଜାର ପୋଷ୍ଟ ଅଫିସ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ହନିଫ୍ ସ୍ମୃତି କମିଟିର ସମସ୍ତ ସଦସ୍ୟ, ଭଦ୍ରକର ବହୁ ବୁଦ୍ଧିଜୀବୀ, ଗାନ୍ଧି ବାଳାଶ୍ରମ ସ୍କୁଲର ଛାତ୍ରଛାତ୍ରୀ ଓ କଲେଜ ଛାତ୍ରଛାତ୍ରୀ ପୁରୁଣାବଜାରର କାଜିମହଲ୍ଲା ସ୍ଥିତ ତାଙ୍କ ସମାଧିଠାରେ ପହଂଚି ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା। ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ବିଶିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହରଙ୍କ କୋରାନ ପାଠ ଓ ଫାତେହା ଏବଂ ଗାନ୍ଧି ବାଳାଶ୍ରମ ସ୍କୁଲର ସଂପାଦକ ଅଶୋକ ଦାସଙ୍କ ରାମଧୂନରୁ ଆରମ୍ଭ ହୋଇଥିଲା। ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ସ୍ମୃତି କମିଟିର ସଭାପତି ଅଜୟ କୁମାର ନାୟକଙ୍କ ପୌରୋହିତରେ ଏକ ସଭା ହୋଇଥିଲା ଓ ସଂପାଦକ ହାଜୀ ଅନୱର ହୋସେନ ବିବରଣୀ ପାଠ ପଢ଼ିଥିଲେ। ଅତିଥିବୃନ୍ଦ ଭଦ୍ରକରେ ମହମ୍ମଦ ହନିଫଙ୍କ ଅବଦାନ, ବଳିଷ୍ଠ ବ୍ୟକ୍ତିତ୍ୱ, ଅମାୟିକ ମଣିଷ ପଣିଆ ସମ୍ପର୍କରେ ସମାଜସେବୀ ବିଦ୍ୟାଧର ସାହୁ, କଲେଜ ଛାତ୍ରୀ ତନୁଜା ପରୱିନ, ଭେଟେରାନ୍ ଅତିସ ବେହେରା, ଭଦ୍ରକ ପୌରପାଳିକା ଗୁଲମକ୍କି ଦଲୱାଜି ହବିବ, ପ୍ରାଧ୍ୟାପକ ନାସିର ବକ୍ସ, ଲଲାଟେନ୍ଦୁ ମହାନ୍ତି, ଅଧ୍ୟାପକ ଲଲାଟେନ୍ଦୁ ମଲିକ, ସୁଧାକର ରାଉତ, ଏସ.ଏମ.ଫାରୁକ, ହାଜୀ ଅବଦୁଲ ମୁକିତ୍ ଖାନ, ହରୀ ପ୍ରସାଦ ନନ୍ଦୀ, ହାଜୀ କାଶିମ ଖାନ, କୈଳାସ ମହାପାତ୍ର, ଆଇନଜୀବୀ ଅବୁ ସୁଫିୟାନ, ଆଇନଜୀବୀ ସାହିଲ ଅହେମଦ, ମହେଜବିନ ଅଖତର, ସାନ୍ତନୁ ରାଉତ, ଗଦାଧର ବଳ, ନାରାୟଣ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁକ୍ରିତି କର, ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ହନିଫ ବାବୁଙ୍କ ନାତି ମିର୍ଜା ଇଜାଜ ବେଗ ଧନ୍ୟବାଦ ଅର୍ପଣ କରିଥିଲେ ଓ ଏହି କାର୍ଯ୍ୟକ୍ରମକୁ ମାଷ୍ଟର ଜୁଲଫୁକାର, ମାଷ୍ଟର ଜହିରୁଦ୍ଦିନ, ଜଫରୁଲ୍ଲା ଖାନ, ତନୱିର ଖାନ ପରିଚାଳନା କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଡଃ ରବି ମହାପାତ୍ର, ବସୁମିତ୍ରା ସାହୁ, ଶେଖ ସିରାଜୁଦ୍ଦିନ, ହକିମୁଦ୍ଦିନ ଖାନ, ପାରିଷଦ ସାହିଦ ଖାନ, ଓ ପାରିଷଦ ହେମନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ସୂଚନାଯୋଗ୍ୟ ମହମ୍ମଦ ହନିଫ ୧୭ ଜୁଲାଇ ୧୮୯୯ରେ ଜନ୍ମଲାଭ କରିଥିଲେ। ରେଭେନ୍ସା କଲେଜରୁ ଆଇଏ ପାସ କରି ଅବକାରୀ ବିଭାଗରେ ଯୋଗ ଦେଇଥିଲେ କିନ୍ତୁ ଚାକିରି ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ବ୍ରହ୍ମପୁର ଜେଲରେ ମଧ୍ୟ ବନ୍ଦୀ ଜୀବନ କଟାଇଥିଲେ। ଦେଶ ସ୍ୱାଧିନତା ହେବା ପରେ ୧୯୫୨ରେ ଭଦ୍ରକରୁ ବିଧାନସଭାକୁ ନିର୍ବାଚିତ ହୋଇ ଉପବାଚସ୍ପତି ହୋଇଥିଲେ ଏବଂ ୬ ଅକ୍ଟୋବର ୧୯୬୭ରେ ତାଙ୍କର ଦେହାନ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.