Home ଜିଲ୍ଲା ପରିକ୍ରମା ସ୍ୱାଧିନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ୧୨୫ତମ ଜୟନ୍ତି, ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ...

ସ୍ୱାଧିନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ୧୨୫ତମ ଜୟନ୍ତି, ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଜିଲ୍ଲାପାଳ

18

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଅନନ୍ୟ ଅବଦାନ ରଖିଥିବା ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ତ୍ୟାଗ ଓ ଆଦର୍ଶର ସ୍ମୃତି ଚାରଣା ସହ ସେଥିରେ ଅନୁପ୍ରାଣୀତ ହେଲେ, ତାହାହିଁ ହେବ ସ୍ୱର୍ଗତ ମହାନ୍ତିଙ୍କ ଅତ୍ମା ପ୍ରତି ପକୃତ ଶଦ୍ଧାଞ୍ଜଳୀ ବୋଲି ତାଙ୍କର ୧୨୫ତମ ଜୟନ୍ତି ପାଳନ ଉପଲକ୍ଷେ ରାଜଘାଟ ଛକସ୍ଥିତ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୂର୍ଯ୍ୟବଂଶୀ ସୂରଜ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ପ୍ରକାଶ କରିଥିଲେ। ସ୍ମୃତି କମିଟିର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାନ୍ତିଙ୍କ ପରିବାର ପକ୍ଷରୁ ତାଙ୍କର ସୁଯୋଗ୍ୟା ପୁତ୍ରବଧୂ ଅବସରପ୍ରାପ୍ତ ଅଧ୍ୟକ୍ଷା ଝରଣା ପଟ୍ଟନାୟକ, ନାତି ଜ୍ୟୋତି ପ୍ରକାଶ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ରାଧାରାଣୀ ମହାପାତ୍ର, ବିଜୟ କୁମାର ବହଳୀ, ତ୍ୟାଗଭୂମି ମହୋତ୍ସବର ସଭାପତି ତଥା ସମାଜସେବୀ ଅଜୟ କୁମାର ନାୟକ, ସମାଜସେବୀ ଏସ୍‌.ଏମ୍‌. ଫାରୁକ୍ , ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ଗାନ୍ଧୀ ବିଚାାର ମଂଚର ଶାନ୍ତନୁ ରାଉତ୍‌, ସମାଜ ସେବୀ ଲକ୍ଷ୍ମୀକାନ୍ତ ବାରିକ ଚରମ୍ପା ସଂସ୍କୃତି ପରିଷଦର ବାବୁଲାଲ ଦାସ, ବିମଳା ନାଟ୍ୟ ସଂସଦର ଗୌରାଙ୍ଗ ଚରଣ ବାରିକ, ସାମ୍ବାଦିକ ଅଶୋକ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ଫେଲୋସିପ୍‌ର କର୍ମଚାରୀବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.