Home ଜିଲ୍ଲା ପରିକ୍ରମା ସ୍ୱର୍ଗଦ୍ୱାରକୁ ଶବ ନେଇଯାଇଥିବା ରଞ୍ଜନର ହତ୍ୟାକାଣ୍ଡ,ବନ୍ତ ଅଂଚଳରେ ଶୋକର ଛାୟା

ସ୍ୱର୍ଗଦ୍ୱାରକୁ ଶବ ନେଇଯାଇଥିବା ରଞ୍ଜନର ହତ୍ୟାକାଣ୍ଡ,ବନ୍ତ ଅଂଚଳରେ ଶୋକର ଛାୟା

15

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାନ୍ୟ ବଚସାରୁ ଛୁରୀ ଭୁସି ହତ୍ୟା କରିବା ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଚଂଳରେ ଚର୍ଚ୍ଚାର ବିଷୟ ହୋଇଛି । ହତ୍ୟା କାଣ୍ଡରେ ଏହି ଥାନା ଆପଣ୍ଡା ଗ୍ରାମର ରଞ୍ଜନ କୁମାର ଦାସ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ମାନସ ରଞ୍ଜନ ନାୟକ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଖବରରୁ ପ୍ରକାଶଯେ ଗୁରୁବାର ବିଳମ୍ବିତ ରାତ୍ରରେ ଆପଣ୍ଡା ଅଂଚଳର ଜଣେ ବୃଦ୍ଧାଙ୍କ ଶବ ସତ୍କାର ପାଇଁ ପୁରୀ ସ୍ୱର୍ଗ ଦ୍ୱାରକୁ ନିଆଯାଇଥିଲା । ସାଙ୍ଗରେ ଯାଇଥିବା ସଂପୃକ୍ତ ଗ୍ରାମର ରଞ୍ଜନ ଓ ମାନସ ଉଚ୍ଚ ସ୍ୱରରେ କଥାବାର୍ତାକୁ ନେଇ ପୁରୀ ବାଲି ସାହିର ତନ୍ମୟ ମହାପାତ୍ରଙ୍କ ସହ ଯୁକ୍ତି ତର୍କ ହୋଇଥଲା । ପରେ ସେ ଛୁରୀରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କୁ ଅଟକାଇବାକୁ ଯାଇ ମାନସ ମଧ୍ୟ ଆହତ ହୋଇଥିଲେ । ମୃତକ ରଞ୍ଜନଙ୍କୁ ଶୋକାକୂଳ ପରିବେଶ ମଧ୍ୟରେ ନିଜ ପୈତୃକ ଗ୍ରାମରେ ଦାହ କରାଯାଇଛି । ଶବ ସତ୍କାର କରିବାକୁ ଯାଇଥିବା ରଞ୍ଜନ ପୁରୀ ପରି ଧାର୍ମିକ ପୀଠରୁ ଶବ ହୋଇ ଫେରିବା ଘଟଣା ସମସ୍ତଙ୍କ ହତଚକିତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.