Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ବ୍ରହ୍ମାବତ୍ସ ଡା. ପ୍ରମୋଦ ଭାଇଙ୍କୁ ଇଶ୍ୱରୀୟ ପରିବାରର ଶ୍ରଦ୍ଧାଞ୍ଜଳୀ

ସ୍ୱର୍ଗତ ବ୍ରହ୍ମାବତ୍ସ ଡା. ପ୍ରମୋଦ ଭାଇଙ୍କୁ ଇଶ୍ୱରୀୟ ପରିବାରର ଶ୍ରଦ୍ଧାଞ୍ଜଳୀ

243

ନୟାଗଡ଼, ୩୧ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସ୍ୱର୍ଗତ ବ୍ରହ୍ମାବତ୍ସ ଡାକ୍ତର ପ୍ରମୋଦ ଭାଇଙ୍କ ସ୍ମୃତିଚାରଣରେ ନୟାଗଡ଼ ପ୍ରଜାପିତା ବ୍ରହ୍ମାକୁୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ନୟାଗଡ଼ ଜିଲା ପକ୍ଷରୁ ଉପସେବା କେନ୍ଦ୍ର ରୋହିବାଙ୍କ ଆଶ୍ରମଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପ୍ରଜା ବ୍ରହ୍ମାକୁମାରୀ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ସଂଚାଳିକା ମିନି ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ପ୍ରମୋଦ ଭାଇଙ୍କୁ ବହୁ ସଂଖ୍ୟାରେ ବ୍ରହ୍ମ କୁମାର ଓ ବ୍ରହ୍ମ କୁମାରୀ ଭାଇ ଭଉଣୀମାନେ ଶଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମାଉଂଟ ଆବ୍ରୁ ବ୍ରହ୍ମ କ ୁମାର ଭଗବାନ ଭାଇ, ସୁରେନ୍ଦ୍ର ଭାଇ, ଭୁବନେଶ୍ୱରର ସବ୍‌ଜୋନର ସଂଚାଳିକା ଲୀନା ଭଉଣୀ, କଟକରୁ ସରୋଜିନୀ ଭଉଣୀ, ବ୍ରହ୍ମକୁମାର ରମଣୀକାନ୍ତ ଭାଇ, ଦେବବ୍ରତ ଭାଇ, ବାବୁଭାଇ ପ୍ରଭୃତି ସ୍ମୃତିଚାରଣ କରିଥିବାବେଳେ ସୁନୀତା ଭଉଣୀ ଓ ବିଳାସ ଭଉଣୀ ଏହାକୁ ସକ୍ରିୟ ପରିଚାଳନା କରିଥିଲେ। ସ୍ୱର୍ଗତ ପ୍ରମୋଦ ଭାଇଙ୍କ ସମାଧିସ୍ଥ ଆଶ୍ରମ ପରିସର ବାବାଙ୍କ ବାଣୀରେ ସମଗ୍ର ଆଶ୍ରମ ମୁଖରିତ ହୋଇ ଉଠିଥିଲା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.