Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ “ମେଧାବୀ ସମ୍ମାନ ସମାରୋହ ୨୦୨୫’ କାର୍ଯ୍ୟକ୍ରମ

ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ “ମେଧାବୀ ସମ୍ମାନ ସମାରୋହ ୨୦୨୫’ କାର୍ଯ୍ୟକ୍ରମ

23

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ନୀଳମଣି ଟାଉନ ହଲ୍ ଠାରେ “ବିଜୟଶ୍ରୀ ରାଉତରାୟ ସ୍ମୃତି ପରିଷଦ’ ତରଫରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଶ୍ୱକର୍ମା ତଥା ଓଡ଼ିଶାର ଜନପ୍ରିୟ ନେତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଙ୍କ ଜନ୍ମବାର୍ଷିକୀ ଅବସରରେ ଅନୁଷ୍ଠିତ “ମେଧାବୀ ସମ୍ମାନ ସମାରୋହ ୨୦୨୫’ରେ ଯୋଗ ଦେଇ ତାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼. ବ୍ୟୋମକେଶ ରାୟ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ତଥା ବାଲେଶ୍ୱର ବିଜେଡ଼ି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ରାଜେନ୍ଦ୍ର ଦାସ, ସୁକାନ୍ତ କୁମାର ନାୟକ ଏବଂ ସୁଧାଂଶୁ ପରିଡ଼ା। ଉକ୍ତ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ, କାଉନସିଲର, ସମିତି ସଭ୍ୟ, ବରିଷ୍ଠ, ଯୁବ ଓ ମହିଳା ନେତୃମଣ୍ଡଳୀ ଏବଂ ହାଜର ହଜାର ସଙ୍ଖ୍ୟାରେ କାର୍ଯ୍ୟକର୍ତା ଯୋଗ ଦେଇଥିବାରୁ ପୂର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାୟ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.