ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆରଡିପୀଠ ନିକଟସ୍ଥ ବଡ଼ଓଳଗ ଗାଁର ଅବସରପ୍ରାପ୍ତ ଆଂଚଳିକ ପରବେକ୍ଷଣ ଅଧିକାରୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ସଭାରେ ସାହିତ୍ୟିକ ତଥା କବି ମନ୍ମଥ ବିଶ୍ୱାଳଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମହେନ୍ଦ୍ର ପଣ୍ଡା , ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ଶିକ୍ଷକ କୁସଭଦ୍ର ସେଠୀ ଯୋଗ ଦେଇ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ତୈଳ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରେ ଏହି ସଭାରେ ଯୋଗ ଦେଇଥିବା ନ୍ୟୁଜସେଭେନର ସିଇଓ ସୁନିଲ କୁମାର ଦାସ, ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିକାରୀ ନଳିନୀ ରଞନ ଷଢଙ୍ଗି, ପୁତ୍ର ପିନାକି ନାୟକ, ସାଇକ୍ରିଷ୍ଣା ନାୟକ, ସାଇରାମ ନାୟକ, ଝିଅ ସାଇଭ୍ୱାନୀ, ସାଇକସ୍ତୁରୀ , ରାହାସ ବିହାରୀ ନାୟକ, ଚିତରଞ୍ଜନ ନାୟକ, ରବିନ୍ଦ୍ର ନାୟକ ପ୍ରମୁଖ ସ୍ମୃତି ଚାରଣ କରିବା ସହ ପୂର୍ଣ୍ଣଚନ୍ଦ୍ରଙ୍କ ଜୀବନି ଉପରେ ମତ ରଖିଥିଲେ।








