Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ନିର୍ମଳ ଚନ୍ଦ୍ର ନାୟକଙ୍କର ପ୍ରଥମ ବାର୍ଷିକ ସ୍ମୃତି ସଭା

ସ୍ୱର୍ଗତ ନିର୍ମଳ ଚନ୍ଦ୍ର ନାୟକଙ୍କର ପ୍ରଥମ ବାର୍ଷିକ ସ୍ମୃତି ସଭା

10

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁରୁ ଛାତ୍ରମାନଙ୍କ ମଧ୍ୟରେ ଉତମ ସହଯୋଗରେ ଆଜିର ସମାହ ଗଠନ ହୋଇପାରିବ ଏବଂ ଅଜ୍ଞାନୀ ଅନ୍ଧକାରକୁ ଗୁରୁମାନଙ୍କର ଆର୍ଶୀବାଦ ପୂର୍ଣ୍ଣ ଜ୍ଞାନୀ ଲୋକ ହିଁ ଦୂର କରିଦେଇପାରେ ବୋଲି ବକ୍ତାମାନେ ସ୍ୱକୀୟ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ୱର୍ଗତ ନିର୍ମଳ ଚନ୍ଦ୍ର ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି କମିଟିର ସଭାପତି ଶାନ୍ତନୁ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ। ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଥିଲେ ସ୍ମୃତି କମିଟିର ସମ୍ପାଦକ ତଥା ଭଦ୍ରକ ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ, ମୁଖ୍ୟ ଅତିଥି ବେଦ ପୀୟୂଷର ସମ୍ପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ସଂସ୍କୃତ ସାହିତ୍ୟବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ, ଡ. ପ୍ରମୋଦ କୁମାର ନାୟକ ଓ ସମ୍ବର୍ଦ୍ଧିତ ପ୍ରତିଭା ପ୍ରଜ୍ଞାଦୀପ୍ତ ସଦାଶିବ ନାୟକ। ପ୍ରାରମ୍ଭରେ ସ୍ମୃତି କମିଟିର ଅନ୍ୟତମ ସଭ୍ୟ ସୁଧାକର ରାଉତ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ ଅତିଥିମାନେ ସ୍ୱର୍ଗତ ନିର୍ମଳ ଚନ୍ଦ୍ର ନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଧୂପ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଅବସରରେ ଭଦ୍ରକ ସତ୍ୟ ସାଇ ବିଦ୍ୟା ବିହାରର ଛାତ୍ରମାନେ ପବିତ୍ର ବେଦ ଆବୃତି କରିବା ପରେ ସ୍ମୃତି କମିଟିର ବରିଷ୍ଠ ସଭ୍ୟ ହରମୋହନକୁ ସ୍ୱାଗତ ସମ୍ଭାଷଣ ଉପସ୍ଥାପନ କରିଥିଲେ ଓ ବାବୁଲାଲ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଅଜୟ ନାୟକ ସମ୍ପାଦକୀୟ ଉପସ୍ଥାପନ କରିବା ପରେ ସଦାଶିବ ନାୟକଙ୍କୁ ନିର୍ମଳ ନାୟକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଶ୍ରୀ ଅମୀୟ କୁମାର ବଳ ସ୍ମୃତିଚାରଣ କରିଥିଲେ। ସଭାପତିଙ୍କ ଅନୁରୋଧ କ୍ରମେ ପ୍ରଥମେ ମୁଖ୍ୟବକ୍ତା ଡ. ପ୍ରମୋଦ କୁମାର ନାୟକ ସୁନ୍ଦର ବକ୍ତବ୍ୟ ଉପସ୍ଥାପନ କରିବା ପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଲୋକପ୍ରିୟ ମୁଖ୍ୟଅତିଥି ବେଦବିତ୍ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା। ଶେଷରେ ସଭାପତିଙ୍କର ଅଭିଭାଷଣ ପରେ ଧନ୍ୟବାଦ ପ୍ରଦାନ କରିଥିଲେ ଦେବ ଜ୍ୟୋତି ନାୟକ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆଦିତ୍ୟ କୁମାର ନାୟକ, ଜୀବନ ଜ୍ୟୋତି ନାୟକ, ଡ. ଗୋଲକ ଚନ୍ଦ ସାହୁ, ଡ. ମନୀନ୍ଦ୍ର ମହାନ୍ତି, ଗୀତାରାଣୀ ଆଇଚ, ଶଶଧର ନାୟକ, ମଦନ ମୋହନ ନାୟକ, ଗୟାଧର ପଣ୍ଡା, ସନ୍ତୋଷ କୁମାର ରାଉତ, ଆଶିଷ କୁମାର ନାୟକ, ବୈଲୋଚନ ବେହୁରିଆ ଆଦି ସଭ୍ୟମାନେ ମଂଚ ପରିଚାଳନାରେ ସହଯୋଗ କରିଥିଲେ ଗୌରାଙ୍ଗ ବାରିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.