Home ଜିଲ୍ଲା ପରିକ୍ରମା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଥିଲେ କେନ୍ଦୁଆପଦାର ସଂକଟମୋଚନ

ସ୍ୱର୍ଗତ କୃଷ୍ଣଚନ୍ଦ୍ର ଥିଲେ କେନ୍ଦୁଆପଦାର ସଂକଟମୋଚନ

5

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଅଂଚଳର ବିଶଷ୍ଟ ସମାଜସେବୀ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସେନାପତିଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ରାମମନ୍ଦିର ପରିସରରେ ଆୟୋଜିତ ସଭାକୁ ଶିକ୍ଷାବିତ୍ ରଘୁନାଥ ସାହୁ ପୌରୋହିତ୍ୟ କରିଥିବା ବେଳେ ଆଦର୍ଶ ଶିକ୍ଷକ ଶଶୀ ଶେଖର କରଶର୍ମା ମଂଚ ସଂଚାଳନ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗ ଦେଇ ସ୍ୱର୍ଗତଃ କୃଷ୍ଣ ଚନ୍ଦ୍ର ଜଣେ ଅନୁଷ୍ଠାନ ପ୍ରେମୀ ମଣିଷ ଥିବା ବେଳେ ଉତମ ଶିକ୍ଷାଦାନକୁ ଗୁରୁତ୍ୱାରୋପ କରିଆସୁଥିଲେ । ସରକାରୀ ଚାକିରୀରୁ ଅବସର ପରେ କେନ୍ଦୁଆପଦା ବରିଷ୍ଠ ନାଗରିକ ସଂଘ, ରାମ ନବମୀ ଟ୍ରଷ୍ଟ ସମେତ ବିଭିନ୍ନ ଅନୁଷ୍ଠାନର ପଦ ପଦବୀରେ ରହି ସେବା ମୂଳକ କାର୍ଯ୍ୟ କରିଆସୁଥିଲେ ବୋଲି କହିଥିଲେ । ଭଦ୍ରକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ଆଖଣ୍ଡଳମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନୀହାର ରଞ୍ଜନ କର, ନାଟ୍ୟଶ୍ରୀ ନିର୍ମଳ ରାଉତ, ସମ୍ବାଦିକ ରବିନାରାୟଣ ଖିଲାର, ଯୁବ ନେତା ମୁକୁନ୍ଦ ଦେବ ସାମଲ, କେନ୍ଦୁଆପଦା ସରପଂଚ ଇଂ. ପ୍ରମୋଦ ଜେନା, ବରିଷ୍ଠ ନାଗରିକ କିଶୋର ଚନ୍ଦ୍ର ଦାଶ, ମୂରଲି ଧର ଲେଙ୍କା, ଜଗନ୍ନାଥ ପାତ୍ର, ଭାଗବତ ସୂତାର, ପଣ୍ଡିତ ରତ୍ନାକର ମିଶ୍ର, ଅର୍ନ୍ତଯ୍ୟାମି ଓଝା, ଅନାଦି ଚରଣ ଓଝା, ଅକ୍ଷୟ ଜେନା, ହରିଶ୍ଚନ୍ଦ୍ର ଜେନା, ମନୋଜ ମହାପାତ୍ର ପ୍ରମୁଖ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ‘ଜ୍ଞାନ ସାଗର କୃଷ୍ଣଚନ୍ଦ୍ର ’ସ୍ମରଣିକାକୁ ଶିକ୍ଷା ବିଭାଗର ଅତରିକ୍ତ ନିଦ୍ଦେର୍ଶକ ଡଃ.ସନାତନ ପଣ୍ଡା ଉନ୍ମୋଚନ କରିଥିଲେ । ତପସ୍ୱନି ସେନାପତି ପୁସ୍ତକର ସମୀକ୍ଷକ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବାଇଧର ଜେନା । ପରିବାରର ମାଧବ ଚନ୍ଦ୍ର ଜେନା, ତୁଷାର କାନ୍ତ ସେନାପତି, ତାପସ କାନ୍ତି ସେନାପତି, ଜୟଶ୍ରୀ ସାହୁ, ଶାନ୍ତିଲତା ସେନାପତି, ମନିଷା ଜେନା, ଆଦିତ୍ୟ ରାଉତରାୟ, କମଳାକାନ୍ତ ମିଶ୍ର, ଶୁଶାନ୍ତ ମିଶ୍ର, ଅଙ୍କିତା ସେନାପତି, ଆରାଧାନା ସେନାପତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.