Home ଜିଲ୍ଲା ପରିକ୍ରମା ସ୍ୱର୍ଗତଃ ସାବିତ୍ରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ସ୍ୱର୍ଗତଃ ସାବିତ୍ରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

50

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ସାଂସଦ, ବିଧାୟକ ଅନନ୍ତ ପ୍ରସାଦ ସେଠୀଙ୍କ ଧର୍ମତ୍ନୀ ସ୍ୱର୍ଗତ ସାବିତ୍ରୀ ସେଠୀଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ସମାଜସେବୀ ସୁଧାକର ରାଉତଙ୍କ ପୌରୋହିତ୍ୟରେ ଗରସଂଗ ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସ୍ୱର୍ଗତ ସାବିତ୍ରୀ ଦେବୀଙ୍କ ଏକ ପ୍ରତିମୂର୍ତ୍ତିକୁ ଫକିରମୋହନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଜ୍ଞାନରଂଜନ ପଣ୍ଡା ଅନାବରଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି, ଶ୍ରଦ୍ଧାଳୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପଣ୍ଡିତ ଗଣେଶ ତିଆଡ଼ି ଗୀତାପାଠ କରିଥିଲେ । ବକ୍ତମାନେ ସାବିତ୍ରୀ ଦେବୀ ଜଣେ ସୁଭଗିନୀ, ଜନନୀ, ଜାୟା ବୋଲି ଅବିହିତ କରିଥିଲେ । ପରକୁ ଆପଣାର କରିବାର କୁହୁକ ତାଙ୍କୁ ଭଲ ଭାବରେ ଜଣାଥିଲା । ସ୍ୱାମୀଙ୍କୁ ରାଜନୀତିରେ ପ୍ରତିଷ୍ଠିତ କରିବା ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ପିଲାମାନଙ୍କୁ ଆଦର୍ଶ ମଣିଷ ଭାବରେ ଗଠନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ସ୍ନେହ, ଶ୍ରଦ୍ଧା ଅବିସ୍ମରଣୀୟ ବୋଲି ବକ୍ତାମାନେ ମତ ପ୍ରକଟ କରିଥିଲେ । ସ୍ଥାନୀୟ ଜମ୍ବେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ସେନାପତି, ରତ୍ନାକର ହାତୀ ଓ ଉପାଧ୍ୟକ୍ଷ ନିର୍ମଳ ଦିକ୍ଷିତଙ୍କ ସହିତ ଅକ୍ଷୟ ଖିଲାର, ଶତୃଘ୍ନ ଦାସ, ଶିବଚନ୍ଦ୍ର ବଳ, ଶରତ ଦାସ, ରାଜେନ୍ଦ୍ର ଜେନା, ଝିଅ ମଧୁସ୍ମିତା ସେଠୀ, ପୂର୍ବତନ ସରପଞ୍ଚ ପ୍ର।।ନ୍ତ ଦାସ, ସାଂସଦ ପ୍ରତିନିଧି ରାଜେନ୍ଦ୍ର ଦାସ, ଭଦ୍ରକ କଂଗ୍ରେସ ନେତା ଅଶୋକ ଦାସ, ଦେବରୂପ ମହାନ୍ତି, ଶିବ ପ୍ରସାଦ ମହାନ୍ତି, ବିକାଶ ସାମଲ, ନିରଞ୍ଜନ ନାୟକ ପ୍ରମୁଖ ଶ୍ରଦ୍ଧା ବକ୍ତବ୍ୟ ରଖିଥିଲେ । ଅନନ୍ତ ସେଠୀ, ପୁତ୍ର ଚିରଞ୍ଜିବୀ, କୁମାର ଚିରଞ୍ଜିତ, ଜାମାତା ସୁଧିରଂଜନ, ପ୍ରେମାଞ୍ଜନ, କହ୍ନେଇ, ମଧୁସୂଦନ, ଗଜେନ୍ଦ୍ର, ଖୁସି, ଗୁଗୁଲ ପ୍ରମୁଖ ପରିବାର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.