ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ଅନ୍ତର୍ଗତ ବାଇପାସ ସ୍ଥିତ ବାସଭବନରେ ପ୍ରତିଷ୍ଠିତ ଓ ସୁନାମଧନ୍ୟ ଡା. ବସନ୍ତ କୁମାର ସାହୁଙ୍କ ପରମପୂଜ୍ୟ ପିତୃଦେବ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶତୃଘ୍ନ ସାହୁଙ୍କ ଆଜି ଦ୍ୱାଦଶାହ କ୍ରିୟା ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱାଦଶାହ କ୍ରିୟାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବ ବ୍ୟବସାୟୀ ଶଶିକାନ୍ତ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତଃ ସାହୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।








