Home ଜିଲ୍ଲା ପରିକ୍ରମା ସ୍ୱରାଜବାର୍ତ୍ତା ଟିଭିର ସ୍ୱନକ୍ଷତ୍ର ସମାରୋହ, ଉତ୍ତମ ସମାଜ ଗଠନ ପାଇଁ ଗଣମାଧ୍ୟମର ଭୂମିକା ନିତ୍ୟାନ୍ତ ଆବଶ୍ୟକ

ସ୍ୱରାଜବାର୍ତ୍ତା ଟିଭିର ସ୍ୱନକ୍ଷତ୍ର ସମାରୋହ, ଉତ୍ତମ ସମାଜ ଗଠନ ପାଇଁ ଗଣମାଧ୍ୟମର ଭୂମିକା ନିତ୍ୟାନ୍ତ ଆବଶ୍ୟକ

38

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍ତମ ସମାଜ ଗଠନ ପାଇଁ ଗଣମାଧ୍ୟମର ଭୂମିକା ନିତ୍ୟାନ୍ତ ଆବଶ୍ୟକ ବୋଲି ଭଦ୍ରକ ସହରର ସ୍ୱରାଜବାର୍ତ୍ତା କାର୍ଯ୍ୟାଳୟ ଠାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ସ୍ୱରାଜବାର୍ତ୍ତା ଟିଭିର ନିର୍ଦ୍ଦେଶକ ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟକ ଭାବେ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ମୁଖ୍ୟଅତିଥି ଭାବେ ସିଟିଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ବରେଣ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ନିହାର ରଂଜନ କର, ନାରୀ ନେତ୍ରୀ କଳ୍ପନା ଜେନା, ସଂପାଦିକା ରେଣୁବାଳା ଖିଲାର ପ୍ରମୁଖ ଯୋଗଦେଇ ଗଣତନ୍ତ୍ର ସୁଦୃଢ ହେଲେ ଦେଶ ସୁଦୃଢ ହେବ ବୋଲି କହିଥିଲେ । ଏବଂ ଏଥିପାଇଁ ଗଠନ ମୂଳକ ଖବର ପ୍ରକାଶ ପାଇଲେ ଏକ ସୁସ୍ଥ ସମାଜ ସ୍ଥାପନ ହୋଇପାରିବ ବୋଲି ସୂଚାଇ ଏଥିରେ ଗଣମାଧ୍ୟମର ଭୂମିକା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ ।

ଏହି ଅବସରରେ ସ୍ୱରାଜବାର୍ତ୍ତା ଟିଭିର କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇଥିଲା । ଶିକ୍ଷକ ପ୍ରଭାକର ପରିଡା ଅତିଥି ପରିଚୟ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ ସ୍ୱାଗତ ଭାଷଣ, ଶିକ୍ଷୟିତ୍ରୀ ମନୋରମା ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ସଂଗୀତଜ୍ଞ ରାମନାରାୟଣ ମହାନ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ ଓ କବି ଯୋଗଦେଇ କବିତା ପାଠ କରିବା ସହିତ ଆଲୋଚନାର ଅଂଶଗ୍ରହଣ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ନାରୀନେତ୍ରୀ କଳ୍ପନା ଜେନା, କବୟିତ୍ରୀ ଚୈତାଳି ଖିଲାର, ଦମୟନ୍ତୀ ରାଉତ, ଚିତ୍ରଶିଳ୍ପୀ କୀର୍ତ୍ତିକ୍ରିଷ୍ଣା ପଣ୍ଡା, କଣ୍ଠଶିଳ୍ପୀ ଶଶିକଳା ମିଶ୍ର ଓ ସାମ୍ବାଦିକ ସଂଜୀବ ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉତ୍ସବକୁ ରାଜ ନାରାୟଣ ଖିଲାର, ଆଇନ୍‌ଜୀବୀ ସ୍ନେହାଶିଷ ପଣ୍ଡା, ଆଇପିଓ ଶଶିଶେଖର ବେହେରା, ସାଧୁଚରଣ ବାରିକ, ଶ୍ରାବଣୀ କର, ସବିତା ବାରିକ, ଖବରଦାତା ଏଲିଜା ଖିଲାର, କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ ଓ ଅର୍ପିତା ଖିଲାର ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.